ଭୁବନେଶ୍ୱର-ଆଜି ମୁଖ୍ୟମନ୍ତ୍ରୀଙ୍କଠାରୁ ୬୫ ହଜାର ପରିବାରଙ୍କୁ ମିଳିଲା ଜମି ଅଧିକାର ପ୍ରମାଣପତ୍ର । ୫ଟି ମହାନଗର ନିଗମ ଅଞ୍ଚଳରେ ସମୁଦାୟ ୨.୪୦ ଲକ୍ଷ ପରିବାରକୁ ଦିଆଯାଇଛି ।
ଗେମ୍ ଚେଞ୍ଜର କାହିଁକି ?
ଓଡ଼ିଶାର ସମୁଦାୟ ସହରାଞ୍ଚଳ ଜନସଂଖ୍ୟାର ୨୪% (୧୭ ଲକ୍ଷ) ବସ୍ତିରେ ବସବାସ କରନ୍ତି । ଓଡ଼ିଶାର ସମୁଦାୟ ବସ୍ତି ଜନସଂଖ୍ୟା ମଧ୍ୟରୁ ୩୨.୭ ପ୍ରତିଶତ ଅର୍ଦ୍ଧସ୍ଥାୟୀ କିମ୍ବା ଅସ୍ଥାୟୀ ଘରେ ରହୁଛନ୍ତି, ଯେଉଁମାନେ ନିୟମିତଭାବେ ଉଚ୍ଛେଦର ସମ୍ମୁଖୀନ ହେଉଛନ୍ତି ।
ସହର ନିର୍ମାଣ ଓ ରକ୍ଷଣାବେକ୍ଷଣରେ ବସ୍ତିବାସିନ୍ଦାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ଏହି ଗରିବ ବାସିନ୍ଦାଙ୍କୁ ଐତିହାସିକ ଆଇନ- ‘ବସ୍ତିବାସିନ୍ଦାଙ୍କୁ ଓଡ଼ିଶା ଜମି ଅଧିକାର ଆଇନ, ୨୦୧୭’ ମାଧ୍ୟମରେ ଜମି ଅଧିକାର ପ୍ରଦାନ କରି ସଶକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଓଡ଼ିଶାର ସମସ୍ତ ୧୧୪ଟି ସହର ଓ ସହରର ସମସ୍ତ ୨୯୧୯ଟି ବସ୍ତିର ଭୌଗୋଳିକ ବ୍ୟାପକତା ଏବଂ ୧.୭ ନିୟୁତ ବସ୍ତିବାସିନ୍ଦାଙ୍କୁ ନେଇ ଗଠିତ ଜାଗା ମିଶନ ବିଶ୍ୱର ସର୍ବବୃହତ ବସ୍ତି ଜମି ଓ ଉନ୍ନତି କାର୍ଯ୍ୟକ୍ରମରେ ପରିଣତ ହୋଇଛି ।
ସହରାଞ୍ଚଳର ୨୪% ଲୋକ ଯଦି ଜମି ଅଧିକାର ସାର୍ଟିଫିକେଟ୍ ପାଆନ୍ତି, ତେବେ ଆଗାମୀ ନିର୍ବାଚନରେ ସେମାନେ କାହାକୁ ସମର୍ଥନ କରିବେ ତାହା ଆକଳନ କରିବେ କହି ହେବ ନାହିଁ ।