ନୂଆଦିଲ୍ଲୀ: ୧୯୫୪ ମସିହା ଜାନୁଆରୀ ୨ ତାରିଖ ଆଜିର ଦିନରେ ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଭାରତ ରତ୍ନ ପ୍ରତିଷ୍ଠା କରିଥିଲେ । ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ହେଉଛି ‘ଭାରତ ରତ୍ନ’ । କଳା, ସାହିତ୍ୟ, ବିଜ୍ଞାନ, ସମାଜସେବା ଓ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଓ ଅସାଧାରଣ ଅବଦାନ ରଖିଥିବା ମହାନ ବ୍ୟକ୍ତିତ୍ୱଙ୍କୁ ଏହା ପ୍ରଦାନ କରାଯାଉଛି । କ୍ରୀଡ଼ା କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଥିବା ବ୍ୟକ୍ତିଙ୍କୁ ପରବର୍ତ୍ତୀ ସମୟରେ ଭାରତ ରତ୍ନ ସମ୍ମାନିତ କରିବାର ବ୍ୟବସ୍ଥା କରାଯାଇଥିଲା ।
୨୦୧୪ରେ ସଚିନ ତେନ୍ଦୁଲକର କ୍ରୀଡ଼ା କ୍ଷେତ୍ରରେ ଏକମାତ୍ର ଭାରତୀୟଭାବେ ଭାରତ ରତ୍ନ ପାଇଥିଲେ । ପ୍ରତିବର୍ଷ ଭାରତ ରତ୍ନ ପୁରସ୍କାର ଦେବା ବାଧ୍ୟତାମୂଳକ ନୁହେଁ । ଭାରତ ରତ୍ନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ନିକଟରେ ନାମ ସୁପାରିସ କରିଥାନ୍ତି । ଯାହା ପରେ ରାଷ୍ଟ୍ରପତି ସେହି ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରିଥାନ୍ତି । ଏହି ପୁରସ୍କାର ଅଧୀନରେ ପ୍ରାପ୍ତ ବ୍ୟକ୍ତିଙ୍କୁ ରାଷ୍ଟ୍ରପତିଙ୍କ ସ୍ୱାକ୍ଷରିତ ଏକ ସାର୍ଟିଫିକେଟ୍ ଏବଂ ଏକ ପଦକ ପ୍ରଦାନ କରାଯାଏ । ଏହି ପୁରସ୍କାରରେ କୌଣସି ଆର୍ଥିକ ଅନୁଦାନ ନାହିଁ ।
ଭାରତ ରତ୍ନର ଡିଜାଇନ
ପୂର୍ବରୁ ଭାରତ ରତ୍ନର ଡିଜାଇନରେ ୩୫ ମିଲିମିଟର ଗୋଲାକାର ସ୍ୱର୍ଣ୍ଣ ପଦକ ଥିଲା ଏବଂ ଏଥିରେ ସୂର୍ଯ୍ୟ ଚିତ୍ର ଅଙ୍କାଯାଇଥିଲା । ଯାହା ଉପରେ ହିନ୍ଦୀରେ ଭାରତ ରତ୍ନ ଲେଖା ଯାଇଥିଲା ଏବଂ ତଳଭାଗରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ଏକ ଜାତୀୟ ଚିହ୍ନ ଓ ପିଠିରେ ବାକ୍ୟ ଲେଖା ଯାଇଥିଲା । ଏହାପରେ ରତ୍ନପଥର ବଦଳାଇ ତମ୍ବାରେ ନିର୍ମିତ ପିପଳ ପତ୍ର ଉପରେ ପ୍ଲାଟିନମର ଉଜ୍ଜ୍ୱଳ ସୂର୍ଯ୍ୟ ତିଆରି କରାଗଲା । ଏହା ତଳେ ରୁପାରେ ଭାରତ ରତ୍ନ ଲେଖାଯାଇଛି ।
ଭାରତ ରତ୍ନ ପୁରସ୍କାର ବିଜେତାଙ୍କ ତାଲିକା
ନାମ | ବର୍ଷ |
ପ୍ରଣବ ମୁଖାର୍ଜୀ | ୨୦୧୯ |
ଭୂପେନ ହଜାରିକା | ୨୦୧୯ |
ନାନାଜୀ ଦେଶମୁଖ | ୨୦୧୯ |
ମଦନ ମୋହନ ମାଲବ୍ୟ | ୨୦୧୫ |
ଅଟଳ ବିହାରୀ ବାଜପେୟୀ | ୨୦୧୫ |
ସଚିନ ତେନ୍ଦୁଲକର | ୨୦୧୪ |
ସିଏନଆର ରାଓ | ୨୦୧୪ |
ପଣ୍ଡିତ ଭୀମସେନ ଯୋଶୀ | ୨୦୦୮ |
ଲତା ଦୀନାନାଥ ମଙ୍ଗେସକର | ୨୦୦୧ |
ଉସ୍ତାଦ ବିସ୍ମିଲ୍ଲା ଖାଁ | ୨୦୦୧ |
ପ୍ରଫେସର ଅମର୍ତ୍ୟ ସେନ | ୧୯୯୯ |
ଲୋକପ୍ରିୟ ଗୋପୀନାଥ ବୋର୍ଦୋଲୋଇ | ୧୯୯୯ |
ଲୋକନାୟକ ଜୟପ୍ରକାଶ ନାରାୟଣ | ୧୯୯୯ |
ପଣ୍ଡିତ ରବିଶଙ୍କର | ୧୯୯୯ |
ଚିଦାମ୍ବରମ ସୁବ୍ରମଣ୍ୟମ | ୧୯୯୮ |
ମଦୁରାଇ ଶାନମୁଖାବାଡିଭୁ ସୁବୁଲକ୍ଷ୍ମୀ | ୧୯୯୮ |
ଡ. ଅବୁଲ ପାକିର ଜୈନୁଲାବଦିନ ଅବଦୁଲ କଲାମ | ୧୯୯୭ |
ଅରୁଣା ଆସଫ ଅଲ୍ଲୀ | ୧୯୯୭ |
ଗୁଲଜାରୀ ଲାଲ ନନ୍ଦା | ୧୯୯୭ |
ଜାହାଙ୍ଗୀର ରତନଜୀ ଦାଦାଭାଇ ଟାଟା | ୧୯୯୨ |
ମୌଲାନା ଅବୁଲ କଲାମ ଆଜାଦ | ୧୯୯୨ |
ସତ୍ୟଜିତ ରାୟ | ୧୯୯୨ |
ରାଜୀବ ଗାନ୍ଧୀ | ୧୯୯୧ |
ସର୍ଦ୍ଦାର ବଲ୍ଲଭଭାଇ ପଟେଲ | ୧୯୯୧ |
ଡ. ଭୀମରାଓ ରାମଜୀ ଆମ୍ବେଦକର | ୧୯୯୦ |
ନେଲସନ ରୋଲିହଲା ମଣ୍ଡେଲା | ୧୯୯୦ |
ମାରୁଦୁର ଗୋପାଲନ ରାମଚନ୍ଦ୍ରନ | ୧୯୮୮ |
ଖାନ୍ ଅବଦୁଲ ଗଫର ଖାଁ | ୧୯୮୭ |
ଆଚାର୍ଯ୍ୟ ବିନୋବା ଭାବେ | ୧୯୮୩ |
ମଦର ଟେରେସା | ୧୯୮୦ |
କୁମାରସ୍ୱାମୀ କାମରାଜ | ୧୯୭୬ |
ବରାହଗିରି ଭେଙ୍କଟ ଗିରି | ୧୯୭୫ |
ଇନ୍ଦିରା ଗାନ୍ଧୀ | ୧୯୭୧ |
ଲାଲ ବାହାଦୁର ଶାସ୍ତ୍ରୀ | ୧୯୬୬ |
ଡ. ପାଣ୍ଡୁରଙ୍ଗ ବାମନ କେନ୍ | ୧୯୬୩ |
ଜାକିର ହୁସେନ | ୧୯୬୩ |
ରାଜେନ୍ଦ୍ର ପ୍ରସାଦ | ୧୯୬୨ |
ବିଧାନ ଚନ୍ଦ୍ର ରାୟ | ୧୯୬୧ |
ପୁରୁଷୋତ୍ତମ ଦାସ ଟଣ୍ଡନ | ୧୯୬୧ |
ଧୋଣ୍ଡେ କେଶବ କର୍ଭେ | ୧୯୫୮ |
ଗୋବିନ୍ଦ ବଲ୍ଲଭ ପନ୍ତ | ୧୯୫୭ |
ଭଗବାନ ଦାସ | ୧୯୫୫ |
ଜବାହରଲାଲ ନେହେରୁ | ୧୯୫୫ |
ମୋକ୍ଷଗୁଣ୍ଡମ ବିବେଶ୍ୱରୟା | ୧୯୫୫ |
ଡ. ଚକ୍ରବର୍ତ୍ତୀ ରାଜଗୋପାଳଚାରୀ | ୧୯୫୪ |
ଚନ୍ଦ୍ରଶେଖର ଭେଙ୍କଟ ରମଣ | ୧୯୫୪ |
ସର୍ବପଲ୍ଲୀ ରାଧାକ୍ରିଷ୍ଣନ | ୧୯୫୪ |