ରୁଷରେ ଡାକ୍ତରୀ ପାଠ ୨୦ଲକ୍ଷ ବ୍ୟୟରେ ହେଉଥିବାବେଳେ ଭାରତରେ ଏହା ଦେଢ଼କୋଟି

Must read

ଦେଶର ବେସରକାରୀ କଲେଜଗୁଡ଼ିକରେ ଡାକ୍ତର ହେବାର ମୂଲ୍ୟ ୧ ରୁ ୧.୫ କୋଟି ଟଙ୍କା ମଧ୍ୟରେ ରହିଛି । ଏହାର ତୁଳନାରେ ପଡ଼ୋଶୀ ବାଂଲାଦେଶ ଏବଂ ରୁଷରେ ଡାକ୍ତର ହେବାର ଖର୍ଚ୍ଚ ବହୁତ କମ୍ । ଏହି କାରଣରୁ ବହୁ ସଂଖ୍ୟକ ଭାରତୀୟ ଛାତ୍ର ଡାକ୍ତରୀ ପାଠ ପଢ଼ିବାକୁ ବିଦେଶକୁ ଯାଉଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହରେ ଉତ୍ତରପ୍ରଦେଶକୁ ୯ଟି ମେଡ଼ିକାଲ କଲେଜ ଉପହାର ଦେଇଛନ୍ତି । ଏହାଦ୍ୱାରା ଦେଶରେ ୭୦୦କୁ ମେଡ଼ିକାଲ ସଂଖ୍ୟା ବୃଦ୍ଧି ପାଇବ । କିନ୍ତୁ ଦେଶର ଆବଶ୍ୟକତା ପୂରଣ କରିବାପାଇଁ ଏହା ପର୍ଯ୍ୟାପ୍ତ ନୁହେଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମାନଙ୍କ ଅନୁଯାୟୀ, ପ୍ରତି ୧୦୦୦ ଜଣଙ୍କପାଇଁ ଜଣେ ଡାକ୍ତର ରହିବା ଉଚିତ କିନ୍ତୁ ଭାରତରେ ୧୫୧୧ ଜଣଙ୍କପାଇଁ ଜଣେ ଡାକ୍ତର ଅଛନ୍ତି । ମହାମାରୀର ଏହି ଯୁଗରେ ଡାକ୍ତରଙ୍କ ଏହି ଅଭାବ ଭାରତକୁ ଅସୁବିଧାରେ ପକାଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ୧୦,୦୦୦ ଜନସଂଖ୍ୟା ପାଇଁ ୪୪.୫ ବୃତ୍ତିଗତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆବଶ୍ୟକତା ଅଛି । ଏହି ମାନ୍ୟତା ପାଇବାପାଇଁ ଭାରତକୁ ଅତି କମରେ ୧୮ ଲକ୍ଷ ଡାକ୍ତର, ନର୍ସ ଏବଂ ଧାଇ ମଧ୍ୟ ଆବଶ୍ୟକ ରହିଛି ।

ସରକାରୀ ମେଡ଼ିକାଲ କଲେଜରେ ଖର୍ଚ୍ଚ

ଏହି ଛାତ୍ରମାନଙ୍କ ମଧ୍ୟରୁ ଅନେକ ରୁଷ, ଫିଲିପାଇନ୍ସ ଏବଂ ବାଂଲାଦେଶ ଭଳି ଦେଶକୁ ଯାଉଛନ୍ତି । ଭାରତ ତୁଳନାରେ ଏହି ଦେଶମାନଙ୍କରେ ଡାକ୍ତରୀ ଶିକ୍ଷାର ମୂଲ୍ୟ ବହୁତ କମ୍ ରହିଛି । ଦେଶରେ ସ୍ନାତକୋତ୍ତର ସ୍ତରରେ କେତେ ମେଡ଼ିକାଲ ସିଟ୍ ଅଛି ସେ ନେଇ କୌଣସି ସଠିକ୍ ଆକଳନ କରାଯାଇନାହିଁ । କୋଚିଂ ପ୍ରତିଷ୍ଠାନ ଅନୁଯାୟୀ ଦେଶର ସରକାରୀ କଲେଜଗୁଡ଼ିକରେ ସ୍ନାତକୋତ୍ତର ସ୍ତରରେ ୪୦,୦୦୦ ସିଟ୍ ରହିଛି । ଏଥିମଧ୍ୟରୁ ୫ବର୍ଷର ଏମବିବିଏସ ପାଠ୍ୟକ୍ରମପାଇଁ ଦେୟ ୧ ଲକ୍ଷରୁ କମ୍ ରହିଛି ।

ଘରୋଇ କଲେଜଗୁଡ଼ିକରେ କେତେ ସିଟ୍

ଦେଶର ବେସରକାରୀ ମେଡ଼ିକାଲ କଲେଜ ଏବଂ ଦେଶରେ ଡିମଡି ବିଶ୍ୱବିଦ୍ୟାଳୟଗୁଡ଼ିକରେ ୬୦,୦୦ ସିଟ୍ ରହିଛି । ଏହି ଅନୁଷ୍ଠାନଗୁଡ଼ିକ ବାର୍ଷିକ ୧୮ ଲକ୍ଷରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଆଦାୟ କରନ୍ତି । ୫ ବର୍ଷର ପାଠ୍ୟକ୍ରମପାଇଁ ଏହି ଖର୍ଚ୍ଚ ପରିମାଣ ୯୦ ଲକ୍ଷରୁ ୧.୫କୋଟି ଟଙ୍କା ମଧ୍ୟରେ ରହିଛି । ଦେଶରେ ପ୍ରାୟ ୧,୦୦,୦୦୦ ମେଡ଼ିକାଲ ସିଟ୍‌ପାଇଁ ୧୬,୦୦,୦୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦିଅନ୍ତି । କୋଚିଂ ପାଇଁ ଛାତ୍ରମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ତାମିଲନାଡୁ ସରକାରଙ୍କଦ୍ୱାରା ଗଠିତ ଏକ କମିଟି ଅନୁଯାୟୀ, ଧନୀ ପରିବାରର ଛାତ୍ରମାନେ କୋଚିଂ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରନ୍ତି ।

ଡାକ୍ତର ହେବାର ସ୍ୱପ୍ନ

ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଦେଶରେ ନିଟ୍‌ ପରୀକ୍ଷା ଦିଅନ୍ତି । ଏଥିମଧ୍ୟରୁ ଅନେକ କଟ୍‌ ଅଫ୍ ତାଲିକାରେ ପ୍ରବେଶ କରନ୍ତି କିନ୍ତୁ ସେମାନେ ସରକାରୀ ମେଡ଼ିକାଲ କଲେଜରେ ସ୍ଥାନ ପାଇପାରନ୍ତି ନାହିଁ । ଏହିପରି ଛାତ୍ରମାନଙ୍କୁ ଡାକ୍ତର ହେବାର ସ୍ୱପ୍ନ ପୂରଣ କରିବାପାଇଁ ଘରୋଇ ମେଡ଼ିକାଲ କଲେଜଗୁଡ଼ିକରେ ୧ କୋଟିରୁ ଅଧିକ ଫି ଦେବାକୁ ପଡ଼ିଥାଏ । କିନ୍ତୁ ସମସ୍ତେ ଏହିପରି ଦେୟ ଦେବାକୁ ସକ୍ଷମ ନୁହଁନ୍ତି ଏବଂ ଡାକ୍ତର ହେବାର ସ୍ୱପ୍ନ ପୂରଣ ହୋଇପାରେ ନାହିଁ । ଏହି ଛାତ୍ରମାନଙ୍କ ମଧ୍ୟରୁ ଅନେକ ସରକାରୀ କଲେଜରେ ଆଡ଼ମିଶନ ପାଇବା ନାମରେ ଠକାମୀର ଶିକାର ହୁଅନ୍ତି ।

ରୁଷରେ ୨୦ ଲକ୍ଷରେ ଡାକ୍ତର

ଭାରତରେ ସିଟ୍‌ ଅଭାବ ସହିତ ଘରୋଇ ମେଡ଼ିକାଲ କଲେଜେର ଅତ୍ୟଧିକ ଫିସ୍‌ କାରଣରୁ ବହୁ ସଂଖ୍ୟକ ଭାରତୀୟ ଛାତ୍ର ଡାକ୍ତର ହେବାପାଇଁ ବିଦେଶକୁ ଯାଉଛନ୍ତି । ରୁଷ, କିର୍ଗିଜସ୍ଥାନ ଏବଂ କାଜାଖସ୍ତାନ ଏହି ଛାତ୍ରମାନଙ୍କର ପ୍ରିୟ ଗନ୍ତବ୍ୟସ୍ଥଳ । ବର୍ତ୍ତମାନ ବହୁ ସଂଖ୍ୟକ ଭାରତୀୟ ଛାତ୍ର ଫିଲିପାଇନ୍ସ ଏବଂ ବାଂଲାଦେଶକୁ ଯାଉଛନ୍ତି । ୧୫ତମ ଅର୍ଥ ଆୟୋଗର ରିପୋର୍ଟ ଅନୁଯାୟୀ, ୨୦୧୫ରେ ଡାକ୍ତରୀ ଅଧ୍ୟୟନପାଇଁ ବିଦେଶ ଯାଉଥିବା ଛାତ୍ର ସଂଖ୍ୟା ୩୪୩୮ ଥିଲା, ଯାହା ୨୦୧୯ରେ ୧୨୩୨୧ କୁ ବୃଦ୍ଧି ପାଇଥିଲା । ବାଂଲାଦେଶରେ ଡାକ୍ତର ହେବାର ମୂଲ୍ୟ ୨୫ ରୁ ୪୯ ଲକ୍ଷ ଟଙ୍କା ରହିଛି । ଫିଲିପାଇନ୍ସରେ ଏମବିବିଏସ ପାଠ୍ୟକ୍ରମର ମୂଲ୍ୟ ୩୫ ଲକ୍ଷ ଏବଂ ରୁଷରେ ୨୦ ଲକ୍ଷ ରହିଛି । ଏଥିରେ ହଷ୍ଟେଲ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ ।

More articles

LEAVE A REPLY

Please enter your comment!
Please enter your name here

Latest article