୫ ବର୍ଷରେ ୧୩ ଲକ୍ଷ ତିନି ତଲାକ୍ ମାମଲା: ୨୦୨୩ରେ ଦେଢ଼ ଲକ୍ଷ ମୁସଲମାନ ମହିଳା ଏହାର ଶୀକାର

Must read

ନୂଆଦିଲ୍ଲୀ: ଦେଶରେ ତିନି ତଲାକକୁ ବେଆଇନ ଘୋଷଣା ହେବାର ୫ ବର୍ଷରୁ ଅଧିକ ସମୟ ବିତିଗଲାଣି । ତଥାପି ଏହି ମାମଲା ବନ୍ଦ ହେବାର ନାଁ ନେଉ ନାହିଁ । ଆଇନ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମଧ୍ୟ ୧,୫୭,୭୨୫ ମୁସଲମାନ ମହିଳା ଏହାର ଶିକାର ହୋଇଛନ୍ତି । ଶୀକାର ହୋଇଥିବା ମହିଳା ଅଧିକାଂଶ ଗରିବ ପରିବାରରୁ ଅଛନ୍ତି ।

୨୦୧୮ ସେପ୍ଟେମ୍ବର ୧୯ରେ ଏହି ଆଇନ କାର୍ଯ୍ୟକାରୀ ହେବା ପରେ ତିନି ତଲାକ୍ ନେଇ ୧୩.୦୭ ଲକ୍ଷ ଅଭିଯୋଗ ପଞ୍ଜୀକୃତ ହୋଇଛି । ୨୦୧୯ରେ ତିନି ତଲାକ୍ ନେଇ ୨.୬୯ ଲକ୍ଷ ଅଭିଯୋଗ ଆସିଥିଲା । ୨୦୨୦ରେ ଏହି ସଂଖ୍ୟା ୯୫ ହଜାରକୁ ଖସି ଆସିଥିଲା । କିନ୍ତୁ ୨୦୨୧ରେ ଏହା ୫.୪୧ ଲକ୍ଷ ଏବଂ ୨୦୨୨ରେ ସମୁଦାୟ ୨.୪୫ ଲକ୍ଷରେ ପହଞ୍ଚିଛି । ଏହା ହେଉଛି ଏପରି ମାମଲା ଯେଉଁଠାରେ ଆଇନ ସେବା ପ୍ରାଧିକରଣ ଦ୍ୱାରା ମହିଳାମାନଙ୍କୁ ଆଇନଗତ ସହାୟତା ଦିଆଯାଇଥିଲା ।

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ବିଏସ୍ ଚୌହାନ କହିଛନ୍ତି ଯେ ମୁସଲମାନ ସମ୍ପ୍ରଦାୟର ବଡ଼ ବଡ଼ ଧାର୍ମିକ ନେତାମାନେ ତିନି ତଲାକ୍‌ ବିରୋଧରେ ସଚେତନତା ସୃଷ୍ଟି କରିବା ଉଚିତ । ଧାରା-୭ ଭଳି କଠୋର ବ୍ୟବସ୍ଥା ବିଷୟରେ କହିବା ଦରକାର । ଏଥିରେ ପୀଡ଼ିତା ମହିଳାଙ୍କ କଥା ନ ଶୁଣି ସ୍ୱାମୀଙ୍କ ଆଗୁଆ ଜାମିନ ଉପରେ ଶୁଣାଣି ହୋଇପାରିବ ନାହିଁ । ଏ କଥା କୁହାଗଲେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେବ ଏବଂ ସେମାନେ ନିୟମକୁ ପାଳନ କରିବେ । ଅଦାଲତ ମଧ୍ୟ ଏଭଳି ମାମଲାକୁ କଡ଼ାକଡ଼ିଭାବେ ବିଚାର କରିବା ଉଚିତ ।

More articles

LEAVE A REPLY

Please enter your comment!
Please enter your name here

Latest article