ସୁରକ୍ଷା ତ୍ରୁଟିକୁ ନେଇ ସଂସଦରେ ହଙ୍ଗାମା: ୧୪ ଲୋକସଭା ସାଂସଦ ନିଲମ୍ବିତ

Must read

ନୂଆଦିଲ୍ଲୀ: ଅଶାଳୀନ ଆଚରଣ ପାଇଁ ଲୋକସଭା ବାଚସ୍ପତି ଗୁରୁବାର ୧୪ ଜଣ ବିରୋଧୀ ସଦସ୍ୟଙ୍କୁ ନିଲମ୍ବିତ କରିଛନ୍ତି । ଏମାନଙ୍କ ମଧ୍ୟରେ କଂଗ୍ରେସର ୯ ଜଣ, ସିପିଆଇଏମର ୨ ଜଣ, ଡିଏମକେର ୨ ଜଣ ଏବଂ ସିପିଆଇର ଜଣେ ଅଛନ୍ତି । ବୁଧବାର ଲୋକସଭା ସୁରକ୍ଷା ଉଲ୍ଲଂଘନକୁ ନେଇ ବିରୋଧୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବି କରି ଆସୁଛନ୍ତି ।

ସଂସଦର ଶୀତକାଳୀନ ଅଧିବେଶନର ଅବଶିଷ୍ଟ ସମୟ ପାଇଁ କଂଗ୍ରେସ ଦଳର ୫ ଜଣ ସାଂସଦ ଟିଏନ୍ ପ୍ରଥାପନ, ହିବି ଏଡେନ୍, ଡିନ୍ କୁରିଆକୋସ୍, ଜୋଥି ମଣି ଏବଂ ରମ୍ୟା ହରିଦାସଙ୍କୁ ନିଲମ୍ବନ କରିବାକୁ ଲୋକସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା ।

‘ଆପଣଙ୍କ ଅନୁମତି କ୍ରମେ ମୁଁ ନିମ୍ନଲିଖିତ କଥାକୁ ଆଗେଇ ନେଉଛି: ଏହି ଗୃହ ଟିଏନ୍ ପ୍ରଥାପନ, ହିବି ଏଡେନ୍, ଏସ୍ ଜୋଥିମାନି, ରମ୍ୟା ହରିଦାସ ଏବଂ ଡିନ୍ କୁରିଆକୋସଙ୍କ ଆଚରଣକୁ ଗମ୍ଭୀରତାର ସହ ଗ୍ରହଣ କରିଛି । ଉପରୋକ୍ତ ସଦସ୍ୟମାନଙ୍କୁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଗୃହ କାର୍ଯ୍ୟରୁ ନିଲମ୍ବିତ କରାଯାଉ ବୋଲି ବିରୋଧୀ ସାଂସଦଙ୍କ ନାରାବାଜି ମଧ୍ୟରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ।’

ପରେ ବିରୋଧୀ ଦଳର ୯ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ସେମାନେ ହେଲେ ବେନି ବେହାନନ, ଭିକେ ଶ୍ରୀକନ୍ଦନ, ମହମ୍ମଦ ଜାଭେଦ, ପିଆର ନଟରାଜନ, କାନିମୋଝି କରୁଣାନିଧି, କେ ସୁବ୍ରମଣ୍ୟମ, ଏସଆର ପାର୍ଥିବନ, ଏସ ଭେଙ୍କଟେସନ ଓ ମଣିକମ ଟାଗୋର ।

More articles

LEAVE A REPLY

Please enter your comment!
Please enter your name here

Latest article