ଆଦିତ୍ୟ-ଏଲ୧: ସେପ୍ଟେମ୍ବର ୨ରେ ଉତକ୍ଷେପଣ ହେବ ଇସ୍ରୋର ସୂର୍ଯ୍ୟ ଅଭିଯାନ

Must read

ନୂଆଦିଲ୍ଲୀ: ଆସନ୍ତା ମାସରେ ସୂର୍ଯ୍ୟ ଆଦିତ୍ୟ-ଏଲ୍-୧ ଉପରେ ଅଧ୍ୟୟନ କରିବା ପାଇଁ ଭାରତ ନିଜର ପ୍ରଥମ ଅଭିଯାନ ଆରମ୍ଭ କରିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅନୁଯାୟୀ, ଆଦିତ୍ୟ-ଏଲ୧କୁ ସେପ୍ଟେମ୍ବର ୨, ୨୦୨୩ ପୂର୍ବାହ୍ନ ୧୧ଟା ୫୦ରେ ଉତକ୍ଷେପଣ କରାଯିବ ।

ସୋମବାର ଇସ୍ରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଦିତ୍ୟ ଏଲ୍ ୧ ହେଉଛି ପ୍ରଥମ ମହାକାଶ ଭିତ୍ତିକ ଭାରତୀୟ ପରୀକ୍ଷାଗାର ଯିଏ ସୂର୍ଯ୍ୟଉପରେ ଅଧ୍ୟୟନ କରିବ। ସୂର୍ଯ୍ୟଙ୍କ ଚାରିପଟେ ସୃଷ୍ଟି ହେଉଥିବା କରୋନାର ରିମୋଟ୍ ପର୍ଯ୍ୟବେକ୍ଷଣ ପାଇଁ ଏହାକୁ ଡିଜାଇନ୍ କରାଯାଇଛି ।

ସୂର୍ଯ୍ୟ-ପୃଥିବୀର ଲାଗ୍ରାଙ୍ଗିଆନ୍ ବିନ୍ଦୁରେ ରହି ଆଦିତ୍ୟ ୟାନ୍ ସୂର୍ଯ୍ୟ ଉପରେ ଉଠୁଥିବା ଝଡ଼କୁ ବୁଝିପାରିବ । ଏହି ବିନ୍ଦୁ ପୃଥିବୀଠାରୁ ପ୍ରାୟ ୧୫ ନିୟୁତ କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ପହଞ୍ଚିବା ପାଇଁ ପ୍ରାୟ ୧୨୦ ଦିନ ଅର୍ଥାତ୍ ୪ ମାସ ସମୟ ଲାଗିବ ।

ଶ୍ରୀହରିକୋଟାର ଗ୍ୟାଲେରୀରୁ ଆଦିତ୍ୟ-ଏଲ୧ ମିଶନର ଉତକ୍ଷେପଣ ଦେଖିବାକୁ ଚାହୁଁଥିବା ନାଗରିକଙ୍କ ପାଇଁ ଇସ୍ରୋ ପଞ୍ଜୀକରଣ କରିବ । ଖୁବ୍ ଶୀଘ୍ର ପଞ୍ଜୀକରଣ ଆରମ୍ଭ ହେବ ।

More articles

LEAVE A REPLY

Please enter your comment!
Please enter your name here

Latest article