ଇଣ୍ଡି ମେଣ୍ଟକୁ କେଜ୍ରିୱାଲଙ୍କ ଝଟକା: ଆପ୍ ଚଣ୍ଡିଗଡ଼ ଓ ପଞ୍ଜାବରେ ଏକାକୀ ଲଢ଼ିବ

Must read

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡି ମେଣ୍ଟକୁ ଆଉ ଏକ ଝଟକା ଲାଗିଛି। ନୀତୀଶ କୁମାର, ମମତା ଓ ଅଖିଳେଶଙ୍କ ପରେ ଏବେ ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ମଧ୍ୟ କଂଗ୍ରେସ ଉପରେ ରାଗିଛନ୍ତି। ଚଣ୍ଡିଗଡ଼ ଓ ପଞ୍ଜାବରେ କାହା ସହ ମେଣ୍ଟ କରିବେ ନାହିଁ ବୋଲି ସେ ଘୋଷଣା କରିଛନ୍ତି। ପଞ୍ଜାବ ଓ ଚଣ୍ଡିଗଡ଼ର ୧୪ଟି ଆସନରେ ଆମ୍ ଆଦମୀ ପାର୍ଟି ଏକାକୀ ଲଢ଼ିବ। ଆମ୍ ଆଦମୀ ପାର୍ଟି ନିଜ ଏକ୍ସ ଆକାଉଣ୍ଟରେ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଭିଡିଓ ସେୟାର କରିଛି। ଯେଉଁଥିରେ ସେ ଏହା ଘୋଷଣା କରିଛନ୍ତି।

ଏହି ଭିଡିଓରେ ଆପ୍ ରାଷ୍ଟ୍ରୀୟ ଆବାହକ କହିଛନ୍ତି ଯେ ଆପ୍ ପଞ୍ଜାବର ୧୩ଟି ଏବଂ ଚଣ୍ଡିଗଡ଼ର ୧ଟି ଆସନରେ ଏକାକୀ ଲଢ଼ିବ। ଆପ୍ ଏହି ସମସ୍ତ ୧୪ଟି ଲୋକସଭା ଆସନରେ ଲଢ଼ିବ। ହାତ ଯୋଡ଼ି ଲୋକଙ୍କଠାରୁ ଆଶୀର୍ବାଦ ଚାହୁଁଛି, ଝାଡ଼ୁ ବଟନ ଦବାଇ ଆପ୍‍କୁ ୧୪ଟି ଆସନରୁ ୧୪ଟିରେ ଜିତାନ୍ତୁ।

ଅନେକ ଆସନରେ ପ୍ରାର୍ଥୀ ଘୋଷଣା

ଅତୀତରେ କଂଗ୍ରେସ ସହ ଲମ୍ବା ଆସନ ବୁଝାମଣାକୁ ନେଇ ଅସନ୍ତୋଷ ପ୍ରକାଶ କରି ଆପ୍ ଗୁରୁବାର ଆସାମର ତିନୋଟି ଲୋକସଭା ଆସନ ପାଇଁ ଦଳର ପ୍ରାର୍ଥୀ ଘୋଷଣା କରିଥିଲା। ଆପ୍‍ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜୁରାଟର ଭରୁଚ ଆସନରୁ ଚୈତାର ବସାଭାଙ୍କୁ ଦଳର ପ୍ରାର୍ଥୀ ଭାବେ ଘୋଷଣା କରିସାରିଛନ୍ତି। ଏହା ପୂର୍ବରୁ ଆପ୍ ନେତାମାନେ କହିଥିଲେ ଯେ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଗୁଜରାଟ ଏବଂ ଗୋଆରେ ଆସନ ବୁଝାମଣା କୁ ନେଇ ଦଳ କଂଗ୍ରେସ ସହ କଥାବାର୍ତ୍ତା କରୁଛି।

More articles

LEAVE A REPLY

Please enter your comment!
Please enter your name here

Latest article