ବିହାରରେ ରାହୁଲଙ୍କ ପ୍ରବେଶ ପୂର୍ବରୁ ଭାଙ୍ଗିବ କି କଂଗ୍ରେସ ?

Must read

ଅଧା ବିଧାୟକ ପୂର୍ଣ୍ଣିଆ ବୈଠକକୁ ଆସିନଥିଲେ

ନୂଆଦିଲ୍ଲୀ: ଏବେ ବିହାର ରାଜନୀତିର ରଙ୍ଗ ଦିନକୁ ଦିନ ବଦଳିବାରେ ଲାଗିଛି । ଜେଡିୟୁ ସହିତ କଂଗ୍ରେସ ରାଜନୀତିରେ ଆସିଛି ଏକ ନୂଆ ମୋଡ଼ । କୁହାଯାଉଛି ଯେ କଂଗ୍ରେସର ସମସ୍ତ ୧୯ ଜଣ ବିଧାୟକ ଜେଡିୟୁ ସହ ଯୋଗାଯୋଗରେ ଅଛନ୍ତି । ୨୦୧୮ରେ ଅଶୋକ ଚୌଧୁରୀ ବିଧାୟକଙ୍କୁ ଜେଡିୟୁକୁ ଆଣିବାର ଖେଳ ଖେଳିଥିଲେ । ଅଶୋକ ଚୌଧୁରୀ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଜବୁତ କରିବା ସହ କଂଗ୍ରେସ ବିଧାୟକମାନେ ଜେଡିୟୁକୁ ସମର୍ଥନ ଦେବାକୁ ଯାଉଛନ୍ତି । ରାହୁଲ ଗାନ୍ଧିଙ୍କ ପାଇଁ ଏହା ଏକ ବଡ଼ ଝଟକା ହେବ । ଦିନେ ଦୁଇ ଦିନ ମଧ୍ୟରେ ବିହାରରେ ପ୍ରବେଶ କରିବ ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏବଂ ଏହା ପୂର୍ବରୁ ଦଳରେ ବିଭାଜନ ତାଙ୍କ ପାଇଁ ଖରାପ ଖବର ।

ବଡ଼ ଦାବି କଲେ ଜେଡିୟୁ ବିଧାୟକ

ଜେଡିୟୁର ଜଣାଶୁଣା ନେତା ତଥା ବିଧାୟକ ଗୋପାଳ ମଣ୍ଡଳ ଏକ ବଡ଼ ଦାବି କରି ବିହାର ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି । ଗଣମାଧ୍ୟମସହ କଥାବାର୍ତ୍ତା କରି ବିଧାୟକ ଗୋପାଳ ମଣ୍ଡଳ ସ୍ପଷ୍ଟଭାବେ କହିଛନ୍ତି ଯେ ଜେଡିୟୁ ବିଧାୟକଙ୍କ ସଂଖ୍ୟା ବଢ଼ିବାକୁ ଯାଉଛି । ଏହି କାର୍ଯ୍ୟକୁ ଆମ ନେତା ଅଶୋକ ଚୌଧୁରୀ ସମ୍ପାଦନ କରିବାକୁ ଯାଉଛନ୍ତି । ସେମାନେ ନିରନ୍ତର ଯୋଗାଯୋଗରେ ଅଛନ୍ତି । ଶକ୍ତି ପ୍ରଦର୍ଶନ କରିବାର ସୁଯୋଗ ଆସିଲେ ସବୁ କିଛି ସ୍ପଷ୍ଟ ହୋଇଯିବ ।

ଏହା ପୂର୍ବରୁ ମଧ୍ୟ ଅଶୋକ ଚୌଧୁରୀ କରିସ୍ମା ଦେଖାଇଥିଲେ

ମନେପକାନ୍ତୁ ୨୦୧୮ ମସିହା, ଯେତେବେଳେ ବିହାରରେ ଦ୍ରୁତ ଗତିରେ ବଦଳୁଥିବା ରାଜନୈତିକ ସମୀକରଣ ମଧ୍ୟରେ କଂଗ୍ରେସର ୪ ଜଣ ବିଧାୟକ ଦଳ ଛାଡ଼ି ଜେଡିୟୁରେ ଯୋଗ ଦେଇଥିଲେ । ଏହି ୪ ଜଣ ବିଧାୟକ ହେଲେ ଅଶୋକ ଚୌଧୁରୀ, ଦିଲ୍ଲୀପ ଚୌଧୁରୀ, ତନବୀର ଅଖତର ଓ ରାମଚନ୍ଦ୍ର ଭାରତୀ । ଏହି ୪ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୬୭ତମ ଜନ୍ମଦିନରେ ତାଙ୍କ ବାସଭବନକୁ ଯାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରେ ସେମାନେ ଜେଡିୟୁରେ ଯୋଗ ଦେଇଥିଲେ ।

ବିଧାୟକ ଦଳ ବୈଠକରେ ଯୋଗ ଦେଇନାହାନ୍ତି ୯ ବିଧାୟକ

ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ ଯେଉଁ ଆଶଙ୍କା ବ୍ୟକ୍ତ କରିଛନ୍ତି ତାହା କିଛିମାତ୍ରାରେ ଫଳପ୍ରଦ ହେଉଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ପୂର୍ଣ୍ଣିଆରେ ଚାଲିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ସମସ୍ତ ବିଧାୟକ ପହଞ୍ଚି ନାହାନ୍ତି । ଏହି ବୈଠକରେ ମାତ୍ର ୧୦ ଜଣ ବିଧାୟକ ପହଞ୍ଚିଥିବା କୁହାଯାଉଛି । ୯ ଜଣ ବିଧାୟକ ପୂର୍ଣ୍ଣିଆରେ ପହଞ୍ଚି ନ ଥିବାବେଳେ ଏହି ବିଧାୟକମାନେ ମଧ୍ୟ ସେମାନଙ୍କ ଫୋନ ସୁଇଚ ଅଫ କରିଛନ୍ତି । କେତେକ ରିପୋର୍ଟରେ କେବଳ ୫ରୁ ୬ ଜଣ ବିଧାୟକ ଆସିଥିବା କୁହାଯାଉଛି ।

More articles

LEAVE A REPLY

Please enter your comment!
Please enter your name here

Latest article