ବିଜେଡିରେ ଭିକେ ପାଣ୍ଡିଆନଙ୍କ ଗୁରୁତ୍ୱ ବଢ଼ିବା ପରେ ବିଦ୍ରୋହ ଭରସାରେ ବିଜେପି !

Must read

ଭୁବନେଶ୍ୱର : ବିଜୁ ଜନତା ଦଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ନମ୍ବର ୨ ସ୍ଥାନ ଅଧିକାର କରିଥିବା ପୂର୍ବତନ ଆଇଏଏସ ଅଫିସର ଭିକେ ପାଣ୍ଡିଆନଙ୍କ ଯୋଗୁଁ ନିର୍ବଚନ ରାଜନୀତିରେ ସଫଳତା ପାଇବା ନେଇ ରାଜ୍ୟ ବିଜେପି ନେତାଙ୍କ ମନରେ ଛନକା ପଶିଛି । ରାଜନୀତିରେ ଆଧିପତ୍ୟ ବିସ୍ତାର କରିବା କ୍ଷେତ୍ରରେ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ମଧ୍ୟ ବିଜେଡିର ସାମଞ୍ଜସ୍ୟ କେହି ନାହାନ୍ତି । ପ୍ରଥମେ ବିଜେଡି ସହିତ ମେଣ୍ଟ କରି ସରକାରରେ ସାମିଲ ହୋଇଥିଲା ବିଜେପି । ୨୦୦୯ ପରଠାରୁ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଏବେ ବିଜେଡିରେ କେବେ ବିଦ୍ରୋହ ହେବ ତାକୁ ଅନାଇ ବସିଛି ବିଜେପି ।

ଗତ ବିଧାନସଭା ନିର୍ବାଚନରେ ୨୩ ବର୍ଷ ଧରି କ୍ଷମତାରେ ଥିବା ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ୧୪୭ଟି ଆସନରୁ ୧୧୨ଟିରେ ବିଜୟୀ ହୋଇଥିଲା । ୨୩ ବିଧାୟକଙ୍କ ସହ ବିଜେପି ଦ୍ୱିତୀୟ ସ୍ଥାନରେ ରହି ବିରୋଧୀ ଦଳର ମାନ୍ୟ ହାସଲ କରିଥିଲା । ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନରେ ମଧ୍ୟ ଓଡ଼ିଶାର ମତଦାତାମାନେ ନରେନ୍ଦ୍ର ମୋଦିଙ୍କ ହାଓ୍ୱାରେ ପ୍ରଭାବିତ ହୋଇ ନ ଥିଲେ । ଫଳରେ ୨୧ଟି ଲୋକସଭା ଆସନରୁ ୧୨ଟିରେ ବିଜେଡିକୁ ମତଦାତାମାନେ ପସନ୍ଦ କରିଥିବାବେଳେ ୮ଟି ବିଜେପି ହାତକୁ ଓ ଗୋଟିଏ କଂଗ୍ରେସକୁ ଯାଇଥିଲା ।

ଓଡ଼ିଶାରେ ବିଜେଡି ଓ ବିଜେପିର ନେତାମାନଙ୍କ ମଧ୍ୟରେ ରାଜନୈତିକ ପ୍ରତିସ୍ପର୍ଦ୍ଧା ବଢ଼ୁଥିଲେ ହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରର ବିଜେପି ସରକାରଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସୁନିଶ୍ଚିତ କରିଛନ୍ତି । ନିର୍ବାଚନ ସମୟରେ କିମ୍ବା ପରେ ବିଜେଡିରେ ଅନ୍ତର୍ହକଳହ ସୃଷ୍ଟି ସହିତ ବିଭାଜନ ହେଲେ ବିଜେପି ନେତାମାନେ କ୍ଷମତାକୁ ଆସିବା ପାଇଁ ବିଜେପି ନେତାମାନେ ଆଶା ରଖିଥିବା ଏବେ ଚର୍ଚ୍ଚାର କାରଣ ପାଲଟିଛି ।

ନବୀନଙ୍କ ବିଶ୍ୱସ୍ତ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଦୀର୍ଘ ଦିନ ଧରି ତାଙ୍କର ବ୍ୟାକରୁମ୍ ଭୂମିକା ତୁଲାଉଥିଲେ । ଏବେ ୪୮ ବର୍ଷୀୟ ପାଣ୍ଡିଆନ ଚାକିରିରୁ ଅବସର ନେବା ପରେ ବିଜେଡିରେ ଅଧିକରୁ ଅଧିକ କ୍ଷମତା ମିଳିଛି । ବିଜେଡିର ଦାୟିତ୍ୱ ନେବା ପାଇଁ ସେ ନବୀନଙ୍କ ମନୋନୀତ ବ୍ୟକ୍ତି ବୋଲି ଏବେ ସ୍ୱର ଉଠିବାରେ ଲାଗିଛି ।

କିନ୍ତୁ ନବୀନ ପଟ୍ଟନାୟକଙ୍କୁ ନେଇ ଗଠିତ ଏବଂ କୌଣସି ଦ୍ୱିତୀୟ ସ୍ତରର ନେତା ବିଜେଡିକୁ ଶୀଘ୍ର ଭାଙ୍ଗିବା ନେଇ ବିଜେପି ଯେଉଁ ଆଶା ବାନ୍ଧି ବସିଥିଲା ତାହା ଏବେ ଧୂଳିସାତ୍ ହୋଇଯାଇଛି । ତେବେ ପାଣ୍ଡିଆନଙ୍କ ଉତ୍‍ଥାନ ବିଜେଡିରେ ଏକ ସମସ୍ୟା ସୃଷ୍ଟି କରିବ ବୋଲି ଆଉ ଏକ ଗୋଷ୍ଠୀ ବିଶ୍ୱାସ କରୁଛନ୍ତି । ସୂତ୍ରରୁ ପ୍ରକାଶ ଯେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ଉନ୍ନତିକୁ ନେଇ ଦଳର ଏକ ବଡ଼ ବର୍ଗ ଅସନ୍ତୁଷ୍ଟ ଅଛନ୍ତି । ଉଦାହରଣସ୍ୱରୂପ ଅରୁଣ ସାହୁ, ଅତନୁ ସବ୍ୟସାଚୀ, ପିକେ ବଳବନ୍ତରାୟ ଓ ସଞ୍ଜୟ ଦାସ ବର୍ମାଙ୍କ ଭଳି ଅନେକ ଯୁବ ବିଜେଡି ନେତାଙ୍କୁ ଉଦୀୟମାନ ତାରକାଭାବେ ପୂର୍ବରୁ ଚର୍ଚ୍ଚା କରାଯାଉଥିଲା । ଏବେ ସେମାନଙ୍କ ଭବିଷ୍ୟତ କ’ଣ ହେବ ତାହା ନେଇ ରାଜନୀତିକ ମହଲରେ ଆଲୋଚନା ହେଉଛି ।

ତେବେ ଜଣେ ନେତାଙ୍କ କହିବା ଅନୁଯାୟୀ, ସେମାନେ ଏପର୍ଯ୍ୟନ୍ତ ନବୀନଙ୍କୁ ମାନୁଥିବା ଜଣାପଡ଼ିଛି । ଶ୍ରୀ ପଟ୍ଟନାୟକଙ୍କ ଲୋକପ୍ରିୟତାରେ କୌଣସି ହ୍ରାସ ଘଟିନଥିବାରୁ ଏହି ନେତାମାନେ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି । ଏହାବ୍ୟତୀତ ପାଣ୍ଡିଆନଙ୍କ ବିଜେଡରେ ପଅଭାବ ବଢଆିବା ସମ୍ପର୍କରେ ପ୍ରାୟ ୫ ବର୍ଷ ହେଲା ଚର୍ଚ୍ଚାରେ ରହିଛି । ଏହା ଆଶ୍ଚର୍ଯ୍ୟଜନକ କଥା ନୁହେଁ । ପାଣ୍ଡିଆନଙ୍କ ପ୍ରତି ଦଳୀୟ ନେତାମାନଙ୍କର ଭଲ ପାଇବା ନ ଥିବାବେଳେ ବିଶେଷ ଅସନ୍ତୋଷ ମଧ୍ୟ ନାହିଁ ବୋଲି ସୂତ୍ରରୁ ପ୍ରକାଶ ।

ରାଜ୍ୟ ବିଜେପି ନେତାମାନେ ଏବେ ଅନୁଭବ କଲେଣି ଯେ ସେମାନେ କ୍ଷମତାକୁ ଆସିବା ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ । ଅନେକ ବିଜେପି ନେତାଙ୍କ ପାଖରେ ଏବେ ଧୈର୍ଯ୍ୟ ନାହିଁ । କିନ୍ତୁ ଅପର ପକ୍ଷରେ ନବୀନଙ୍କ ସହ ସମ୍ପର୍କ ଖରାପ କରିବାକୁ ପ୍ରସ୍ତୁତ ନ ଥିବା ଏବଂ ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରାଇବା ପାଇଁ ବିଜେଡିର ସହାୟତା ନେଇଥିବା କେନ୍ଦ୍ରୀୟ ବିଜେପି ନେତାମାନଙ୍କ ଯୋଗୁଁ ଏହି ଅଚଳାବସ୍ଥା ଅଧିକ ଅନୁଭୂତ ହେଉଛି ।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, ଓଡ଼ିଶାବାସୀ ବିଜେପିକୁ ଭୋଟ୍ ଦେବାକୁ ଚାହୁଁଛନ୍ତି, କିନ୍ତୁ ଆମ ଦଳର ନେତୃତ୍ୱ ସେହି ଭୋଟ୍‍ ପାଇବାକୁ ଆଗ୍ରହୀ ନୁହଁନ୍ତି । ବିଜେପି ମଝିରେ ଅଟକି ରହିବାର ଅର୍ଥ ଏହାର ନେତାମାନେ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିନାହାଁନ୍ତି କି ଅନ୍ୟ ଦଳର ଭଲ ଚେହେରାଙ୍କୁ ଆକର୍ଷିତ କରିପାରୁ ନାହାଁନ୍ତି । ଓଡ଼ିଶାରେ ବିଜେପି ନେତୃତ୍ୱ ବିଶ୍ୱାସଯୋଗ୍ୟ ନୁହେଁ । କୌଣସି ନେତା ବିଜେପିରେ ମିଶିଲେ ନିଜ ସ୍ଥିତି ନେଇ ନିଶ୍ଚିତ ନୁହଁନ୍ତି ବୋଲି ବିଜେଡିର ଜଣେ ପୂର୍ବତନ ସାଂସଦ କହିଛନ୍ତି ।

ପାଣ୍ଡିଆନଙ୍କ ପ୍ରବେଶର ଆଉ ଏକ ଦିଗ ରହିଛି । ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ହେବ । ଏହା ପୂର୍ବରୁ ଠିକଣା ସମୟରେ ଆଇଏଏସ୍ ପଦରୁ ସ୍ୱେଚ୍ଛାକୃତ ଅବସର ନେବାକୁ କେନ୍ଦ୍ର ଅନୁମତି ଦେଇଥିବାରୁ ପାଣ୍ଡିଆନଙ୍କର ବିଜେପି କେନ୍ଦ୍ରୀୟ ନେତାଙ୍କ ସହିତ ଦୃଢ଼ ସମ୍ପର୍କ ରହିଛି ବୋଲି ଜଣେ ନେତା ଦର୍ଶାଇଛନ୍ତି ।

ତେବେ ନିର୍ବାଚନ ପାଖେଇ ଆସୁଥିବାରୁ ଉଭୟ ପକ୍ଷର ନରମ ଆଭିମୁଖ୍ୟ ପରିବର୍ତ୍ତନ ହୋଇପାରେ । ଉଦାହରଣସ୍ୱରୂପ ଖୁବଶୀଘ୍ର ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିବା ଶ୍ରୀ ପଟ୍ଟନାୟକଙ୍କ ଅନ୍ୟତମ ସହଯୋଗୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବେ ବୋଲି ଆଶା କରାଯାଉଛି ।

ଜାତୀୟ ରାଜନୀତିରେ ନିଜର ବାର୍ଗେନିଂ ପାୱାର ବଜାୟ ରଖିବା ପାଇଁ ବିଜେଡି ଲୋକସଭାରେ ଯଥାସମ୍ଭବ ଅଧିକ ଆସନ ଜିତିବାକୁ ଚାହୁଁଥିବାରୁ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ୨୦୧୯ ଲୋକସଭା ନିର୍ବାଚନ ପରେ ବିଜେପି ୨୦୨୪ ଭଳି ପ୍ରଭାବଶାଳୀ ହେବ ନାହିଁ ବୋଲି ଆଶା କରାଯାଉଥିବାରୁ ଆଗକୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଆସନରେ ବିଜୟୀ ହୋଇପାରେ ।

ଯଦି କେନ୍ଦ୍ର ସରକାର ସଂସଦରେ ସଂଖ୍ୟା ଖେଳରେ ଦୁର୍ବଳ, ତେବେ ଆଞ୍ଚଳିକ ଦଳ ଓ ରାଜ୍ୟ ପାଇଁ ଭଲ ଶକ୍ତି ରହିବା ସବୁବେଳେ ଭଲ । ବିଜେଡି ଏହାକୁ କାହିଁକି ବାଜି ଲଗାଇବ ବୋଲି ବିଜେଡିର ଜଣେ ନେତା ପ୍ରଶ୍ନ କରିଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article