ସବୁ ପୁରୁଣା ଫୋନ୍ ନଷ୍ଟ ହୋଇଯିବ ?

Must read

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ନୂଆ ନୀତି ପ୍ରଣୟନ କରୁଛନ୍ତି, ଯେଉଁଥିରେ ଦେଶରେ ଥିବା ସମସ୍ତ ସ୍ମାର୍ଟଫୋନରେ ଲାଇଭ ଟିଭି ପ୍ରସାରଣର ବିକଳ୍ପ ଦେବା ବାଧ୍ୟତାମୂଳକ କରାଯାଇଛି । ସରକାର ଏ ନେଇ ଏକ ପ୍ରସ୍ତାବ ଉପସ୍ଥାପନ କରିଥିବାବେଳେ ସାମସଙ୍ଗ ଓ କ୍ୱାଲକମ ଭଳି କମ୍ପାନି ସରକାରଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଭଳି ନୀତିକୁ ଉଭୟ କମ୍ପାନି ବିରୋଧ କରୁଛନ୍ତି ।

ନଷ୍ଟ ହେବ କି ପୁରୁଣା ଫୋନ୍ ?

ସରକାରଙ୍କ ପ୍ରସ୍ତାବକୁ ମୋବାଇଲ  କମ୍ପାନିମାନେ ନ ମାନିଲେ ସବୁ ପୁରୁଣା ଫୋନ୍ ନଷ୍ଟ ହୋଇଯିବ ବୋଲି ଗୁଜବ ପ୍ରଚାର କରାଯାଉଛି, କିନ୍ତୁ ବାସ୍ତବରେ ତାହା ନୁହେଁ । ବାସ୍ତବରେ ସରକାର କେବଳ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ।

ସାମସଙ୍ଗ ଏବଂ କ୍ୱାଲକମର ଯୁକ୍ତି କ’ଣ ?

ରଏଟର୍ସ ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନରେ ଲାଇଭ ଟିଭି ପ୍ରସାରଣର ବିକଳ୍ପ ଦେବା ପାଇଁ ହାର୍ଡୱେୟାର ପରିବର୍ତ୍ତନ ଆବଶ୍ୟକ ହେବ । ଏଥିପାଇଁ ପ୍ରତି ଡିଭାଇସର ମୂଲ୍ୟ ପ୍ରାୟ ୩୦ ଡଲାର ଅର୍ଥାତ୍ ୨,୪୯୮ ଟଙ୍କା ରହିବ ।

କ’ଣ ରହିଛି ସରକାରଙ୍କ ଯୁକ୍ତି ?

ସରକାର ଚାହୁଁଛନ୍ତି ଯେ ଲାଇଭ ଟିଭି ସିଗନାଲ ସିଧାସଳଖ ପ୍ରତ୍ୟେକ ସ୍ମାର୍ଟ ଟିଭିକୁ ବିନା ସେଲ୍ୟୁଲାର ନେଟୱାର୍କରେ ପହଞ୍ଚାଯାଉ । ସ୍ମାର୍ଟଫୋନରେ ସିଧାସଳଖ ଲାଇଭ ଟିଭି ଦେଖାଇବାଦ୍ୱାରା ଟେଲିକମ୍ ନେଟୱାର୍କ ଉପରେ ଚାପ ହ୍ରାସ ପାଇବ, କାରଣ ଏହା ସିଧାସଳଖ ଭିଡିଓ ବ୍ୟବହାର କରିବ ବୋଲି ସରକାର ବିଶ୍ୱାସ କରନ୍ତି ।

କେଉଁ ଦେଶରେ ମୋବାଇଲ ଟିଭି ବିକଳ୍ପ ଅଛି ?

ସୂଚନାଯୋଗ୍ୟ, ଉତ୍ତର ଆମେରିକାରେ ଏଭଳି ଏକ ପ୍ରସ୍ତାବ ଦିଆଯାଇଛି, ଯାହାକୁ ଏଟିଏସ୍ ସି ୩.୦ କୁହାଯାଏ । ଏଥିରେ ଉଚ୍ଚମାନର ଫଟୋ ପାଇଁ ଜିଓ ଲୋକେଟିଂ ଟିଭି ସିଙ୍ଗଲର ସମର୍ଥନ ନିଆଯାଉଛି । ସ୍ମାର୍ଟଫୋନରେ ସିଧାସଳଖ ଟିଭି ଚ୍ୟାନେଲ ପ୍ରସାରଣ କରିବାର ସୁବିଧା ଦକ୍ଷିଣ କୋରିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି କିଛି ବଛାବଛା ଦେଶରେ ରହିଛି ।

ମୋବାଇଲ କମ୍ପାନିଗୁଡ଼ିକର ଯୁକ୍ତି କ’ଣ ?

ସ୍ମାର୍ଟଫୋନ୍ କମ୍ପାନିଗୁଡ଼ିକ କହୁଛନ୍ତି ଯେ ଭାରତରେ ଥିବା ସମସ୍ତ ସ୍ମାର୍ଟଫୋନରେ ଏଟିଏସ୍ ସି ୩.୦ ନାହିଁ । ଯଦି ଏହା କରାଯାଏ ତେବେ ସ୍ମାର୍ଟଫୋନର ଦାମ ୩୦ ଡଲାର ବୃଦ୍ଧି ପାଇବ । ଏହା ବର୍ତ୍ତମାନର ଉତ୍ପାଦନକୁ ପ୍ରଭାବିତ କରିପାରେ । ସାମସଙ୍ଗ ଏବଂ କ୍ୱାଲକମ୍, ଏରିକ୍ସନ ଏବଂ ନୋକିଆ ଭଳି କମ୍ପାନୀ କହିଛନ୍ତି ଯେ ସିଧାସଳଖ ମୋବାଇଲ ପ୍ରସାରଣଦ୍ୱାରା ଫୋନର ବ୍ୟାଟେରୀ ଶୀଘ୍ର ସରିଯିବ । ରିପୋର୍ଟ ଅନୁଯାୟୀ, ଆପଲ ଏବଂ ସାଓମି ମଧ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି । ଆସନ୍ତୁ ଜାଣିବା ଏହି ପ୍ରସ୍ତାବ କେବେ କାର୍ଯ୍ୟକାରୀ ହେବ ସେ ନେଇ ବର୍ତ୍ତମାନ କୌଣସି ସୂଚନା ମିଳିନାହିଁ ।

More articles

LEAVE A REPLY

Please enter your comment!
Please enter your name here

Latest article