ମାର୍ଚ୍ଚ ୧୩ ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ: ନିର୍ବାଚନ କମିଶନଙ୍କ ସୂତ୍ର

Must read

ନୂଆଦିଲ୍ଲୀ: ମାର୍ଚ୍ଚ ୧୩ ପରେ ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି । ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିର ଆକଳନ କରିବା ପାଇଁ ଆୟୋଗ ଏକାଧିକ ରାଜ୍ୟ ଗସ୍ତ କରୁଛନ୍ତି ଏବଂ ଏହା ସରିବା ପରେ ତାରିଖ ଘୋଷଣା କରାଯିବ ବୋଲି ଶୁକ୍ରବାର ନିର୍ବାଚନ ଆୟୋଗ ସୂତ୍ରରୁ ପ୍ରକାଶ।

କେନ୍ଦ୍ରୀୟ ନିର୍ବାଚନ ସଂସ୍ଥାର ଅଧିକାରୀମାନେ ବର୍ତ୍ତମାନ ତାମିଲନାଡୁ ଗସ୍ତରେ ଥିବାବେଳେ ଏହାପରେ ଉତ୍ତରପ୍ରଦେଶ ଏବଂ ଜମ୍ମୁ-କଶ୍ମୀର ଗସ୍ତ କରିବେ। ମାର୍ଚ୍ଚ ୧୩ ତାରିଖ ପୂର୍ବରୁ ରାଜ୍ୟ ଗସ୍ତ ଶେଷ ହେବାର କାର୍ଯ୍ୟକ୍ରମ ରହିଛି।

ଗତ କିଛିମାସ ହେବ ଆୟୋଗ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ସହ ନିୟମିତ ବୈଠକ କରି ପ୍ରସ୍ତୁତିର ଆକଳନ କରୁଛନ୍ତି। ସିଇଓମାନେ ସମସ୍ୟା, ଇଭିଏମ୍ ଚଳାଚଳ, ସୁରକ୍ଷା ବାହିନୀର ଆବଶ୍ୟକତା, ସୀମାରେ ସତର୍କତା କଡ଼ାକଡ଼ି କରିବା ଆଦି ସ୍ଥାନ ତାଲିକାଭୁକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରିବାକୁ ନିର୍ବାଚନ କମିଶନ ଯୋଜନା କରୁଛନ୍ତି।

ଲୋକସଭା ନିର୍ବାଚନ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

ମେ’ ପୂର୍ବରୁ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଅବାଧ ଓ ନିରପେକ୍ଷଭାବେ ପରିଚାଳନା କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ବ୍ୟବହାର କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମରେ ମିଥ୍ୟା ସୂଚନାକୁ ଚିହ୍ନଟ କରିବା ଏବଂ ହଟାଇବା ପାଇଁ ଇସିଆଇ ମଧ୍ୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ଏକ ଉତ୍ସର୍ଗୀକୃତ ଡିଭିଜନ ଗଠନ କରାଯାଇଛି।

ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ମିଥ୍ୟା ଓ ଉତ୍ତେଜନାମୂଳକ ବିଷୟବସ୍ତୁ ହଟାଇବା ତ୍ୱରାନ୍ୱିତ ହେବ ଏବଂ ଯଦି କୌଣସି ଦଳ କିମ୍ବା ପ୍ରାର୍ଥୀ ନିୟମ ଉଲ୍ଲଂଘନ ଜାରି ରଖନ୍ତି, ତେବେ ଆୟୋଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି, ଯେପରିକି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଆକାଉଣ୍ଟ ବନ୍ଦ କରିବାକୁ କିମ୍ବା ଏହାକୁ ବ୍ଲକ କରିବାକୁ କୁହାଯିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

ଅଧିକାରୀଙ୍କ କହିବାନୁଯାୟୀ, ସମ୍ବେଦନଶୀଳ ଅଞ୍ଚଳରେ ତଥ୍ୟ ଯାଞ୍ଚ, ଭୁଲ ସୂଚନାର ମୁକାବିଲା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ଉପରେ ମଧ୍ୟ କମିଶନ ଗୁରୁତ୍ୱ ଦେବେ ।

ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ଆଗାମୀ ଲୋକସଭା ନିର୍ବାଚନରେ ୯୬.୮୮ କୋଟି ଲୋକ ମତଦାନ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହାବ୍ୟତୀତ ୧୮ରୁ ୧୯ ବର୍ଷ ବୟସର ୧.୮୫ କୋଟି ଲୋକ ମତଦାନ ପାଇଁ ପଞ୍ଜୀକୃତ ହୋଇଛନ୍ତି।

More articles

LEAVE A REPLY

Please enter your comment!
Please enter your name here

Latest article