ଆସନ୍ତାକାଲି ଜ୍ଞାନବାପିର ବ୍ୟାସଜୀ କୋଠରୀରେ ଆରମ୍ଭ ହୋଇପାରେ ପୂଜା, ଶୁଦ୍ଧି ପରେ ହେବ ଭଗବାନ ଶିବଙ୍କ ରୁଦ୍ରାଭିଷେକ

Must read

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀସ୍ଥିତ ଜ୍ଞାନବାପି ମସଜିଦର ବ୍ୟାସଜୀ ବେସମେଣ୍ଟରେ ଗୁରୁବାରଠାରୁ ପୂଜା ଆରମ୍ଭ ହେବାର ସମ୍ଭାବନା ରହିଛି । ବାରଣାସୀ କୋର୍ଟଙ୍କ ରାୟ ପରେ ଭଗବାନ ଶିବଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବେସମେଣ୍ଟରେ ଭଗବାନ ଶିବଙ୍କ ରୁଦ୍ରାଭିଷେକ କରାଯିବ । ପ୍ରଥମେ ବେସମେଣ୍ଟକୁ ଶୁଦ୍ଧ କରାଯିବ । ଗଣେଶ ପୂଜା ସହ ବେସମେଣ୍ଟରେ ଭଗବାନ ଶିବଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ପୂଜା ସମୟରେ ଭଗବାନ ସୂର୍ଯ୍ୟଙ୍କ ସମେତ ପାଞ୍ଚଟି ଦେବତାଙ୍କୁ ପୂଜା କରାଯିବ । ଜ୍ଞାନବାପିର ବ୍ୟାସଜୀ ବେସମେଣ୍ଟରେ ନିୟମିତ ପୂଜା ଅଧିକାର ସଂକ୍ରାନ୍ତ ମାମଲାରେ ବାରଣାସୀ ଅଦାଲତ ଏକ ବଡ଼ ରାୟ ଦେଇଛନ୍ତି । ହିନ୍ଦୁ ପକ୍ଷକୁ ମହାପ୍ରଭୁଙ୍କ ନିୟମିତ ପୂଜା ପାଇଁ ନିର୍ଦ୍ଦେଶର ନକଲ ଡିଏମଙ୍କ ନିକଟକୁ ପଠାଯାଇଛି । ଏହା ସହ ନଭେମ୍ବର ୧୯୯୩ରୁ ବନ୍ଦ ଥିବା ବେସମେଣ୍ଟରେ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ନିଷ୍ପତ୍ତି ବାରଣାସୀ ଡିଏମଙ୍କୁ ଇମେଲ୍ କରାଯାଇଛି ।

କାଶୀ ବିଶ୍ୱନାଥ ମନ୍ଦିରର ପୂଜକମାନେ କରିବେ ପୂଜାର୍ଚ୍ଚନା

କାଶୀ ବିଶ୍ୱନାଥ ମନ୍ଦିରର ମୁଖ୍ୟ ପୂଜକ ବ୍ୟାସଜୀ ମଧ୍ୟ ବେସମେଣ୍ଟରେ ପୂଜା କରିବେ । ବ୍ୟାସଜୀ ବେସମେଣ୍ଟ ଖୋଲିବାକୁ ନିର୍ଦ୍ଦେଶ ମିଳିବା ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ । ଏଥିପାଇଁ ବ୍ୟାରିକେଡ୍ କାଟି ରାସ୍ତା ତିଆରି କରାଯିବ । ଆସନ୍ତାକାଲି ଅର୍ଥାତ୍ ଗୁରୁବାରଠାରୁ ପୂଜା ଆରମ୍ଭ ହୋଇପାରେ ବୋଲି ଓକିଲ ଦାବି କରିଛନ୍ତି । ଦୀର୍ଘ ୩୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ନନ୍ଦିଜୀଙ୍କ ସମ୍ମୁଖରେ ରାସ୍ତା ତିଆରି ହେବ । ଏହାପରେ ଶିବଭକ୍ତ ବ୍ୟାସଜୀଙ୍କ ବେସମେଣ୍ଟରେ ପୂଜା ର୍ଚ୍ଚନା କରାଯିବ ।

ଆଦେଶ ଆସିବା ମାତ୍ରେ ଖୁସିର ପରିବେଶ

ବାରଣାସୀ କୋର୍ଟଙ୍କ ଆଦେଶ ଆସିବା ମାତ୍ରେ ସମସ୍ତେ ଖୁସି ହୋଇଯାଇଥିଲେ । ହିନ୍ଦୁ ପକ୍ଷ ସପକ୍ଷରେ ନିର୍ଦ୍ଦେଶ ଆସିବା ପରେ ବମ-ବମ ସ୍ଲୋଗାନ୍ ଉଠିବା ଆରମ୍ଭ ହୋଇଥିଲା । ବାରଣାସୀ କୋର୍ଟ ପ୍ରାଙ୍ଗଣରେ ହର ହର ମହାଦେବଙ୍କ ସ୍ଲୋଗାନ୍ ବାଜିବା ଆରମ୍ଭ ହୋଇଥିଲା । ହିନ୍ଦୁ ଦଳ କହିଛି ଯେ ଆଜି ବମ-ବାମ କାଶୀ କହୁଛନ୍ତି । ଅନ୍ୟପକ୍ଷରେ ହିନ୍ଦୁ ଓକିଲ କହିଛନ୍ତି ଯେ ମୁସଲମାନ ପକ୍ଷ ଏହି ନିଷ୍ପତ୍ତିକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିବେ । କିନ୍ତୁ, ପ୍ରଥମ ଇମ୍ପ୍ରେସନ ହେଉଛି ଶେଷ ଇମ୍ପ୍ରେସନ । ଭଗବାନ ଶଙ୍କରଙ୍କ ୩୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବ ।

ନେତାମାନେ ସେମାନଙ୍କ ମତାମତ ଦେଇଛନ୍ତି

ବାରାଣସୀ କୋର୍ଟଙ୍କ ରାୟ ଆସିବା ମାତ୍ରେ ୟୁପିର ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ କାଶୀ ଆଜି ବମ-ବମ କହୁଛି । ଅଦାଲତରେ ବିଶ୍ୱାସକୁ ସମ୍ମାନ ଦିଆଯାଇଛି । କୋର୍ଟଙ୍କ ରାୟ ହିନ୍ଦୁମାନଙ୍କ ଆସ୍ଥାକୁ ସମ୍ମାନ ଦେଇଛି । ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ନିଷ୍ପତ୍ତି । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ସ୍ୱାଗତଯୋଗ୍ୟ । ଏହି ନିଷ୍ପତ୍ତିକୁ ନେଇ ସାଧୁସନ୍ଥମାନେ ଖୁସି ବ୍ୟକ୍ତ କରିଛନ୍ତି । ଏବେ ବାବା ଭୋଳଙ୍କ ମନ୍ଦିର ନିର୍ମାଣ ହେବ ବୋଲି ସେ କହିଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article