ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ

Must read

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କରପୂରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ । କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରାଯିବ । କେନ୍ଦ୍ରର ମୋଦି ସରକାର ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଏହି ଘୋଷଣା କରିଛନ୍ତି । ଜାନୁଆରୀ ୨୪ ହେଉଛି କର୍ପୁରୀ ଠାକୁରଙ୍କ ୧୦୦ତମ ଜୟନ୍ତୀ । ତାଙ୍କ ଜନ୍ମବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ସରକାର କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି । ବିଜେପି ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ମିଳିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ଜାନୁଆରୀ ୨୪ତାରିଖରେ କେନ୍ଦ୍ର ସରକାର କର୍ପୂରୀ ଠାକୁରଙ୍କ ଜନ୍ମଶତବାର୍ଷିକୀ ଅବସରରେ ଏକ ମୁଦ୍ରା ଓ ନୂଆ ଫର୍ମ ଡାକ ଟିକଟ ମଧ୍ୟ ଜାରି କରିବେ ।

କର୍ପୂରୀ ଠାକୁରଙ୍କୁ ‘ଭାରତ ରତ୍ନ’ ମିଳିବା ନେଇ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରପୂରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ମୁଁ ଖୁସି ଯେ ସାମାଜିକ ନ୍ୟାୟର ପ୍ରତୀକ ମହାନ ଜନନାୟକ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି, ତାହା ମଧ୍ୟ ଆମେ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କର୍ପୂରୀ ଠାକୁର, ଦଳିତଙ୍କ ଉନ୍ନତି ପାଇଁ ତାଙ୍କର ଅତୁଟ ପ୍ରତିବଦ୍ଧତା ଏବଂ ତାଙ୍କ ଦୂରଦର୍ଶୀ ନେତୃତ୍ୱ ଭାରତର ସାମାଜିକ-ରାଜନୈତିକ ଢାଞ୍ଚାରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛନ୍ତି । ଏହି ପୁରସ୍କାର କେବଳ ତାଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରେ ନାହିଁ, ବରଂ ଏକ ଅଧିକ ନ୍ୟାୟପୂର୍ଣ୍ଣ ଏବଂ ସମାନ ସମାଜ ଗଠନର ତାଙ୍କର ଅଭିଯାନ ଜାରି ରଖିବାକୁ ଆମକୁ ପ୍ରେରଣା ଦେଇଥାଏ ।

ତାଙ୍କର ଲୋକପ୍ରିୟତା କାରଣରୁ କର୍ପୂରୀ ଠାକୁରଙ୍କୁ ଜନନାୟକ କୁହାଯାଏ । ସେ ବିହାରର ସମସ୍ତିପୁରରେ ଜନ୍ମଗ୍ରହଣ କରିଥିଲେ । କର୍ପୂରୀ ଠାକୁରଙ୍କୁ କେନ୍ଦ୍ର ସରକାର ଭାରତ ରତ୍ନ (ମରଣୋତ୍ତର) ପ୍ରଦାନ କରୁଛନ୍ତି । ସମାଜର ଅବହେଳିତ ବର୍ଗଙ୍କ ଉନ୍ନତି ପାଇଁ କରପୁରୀ ଠାକୁର ତାଙ୍କର ଅକ୍ଳାନ୍ତ ପ୍ରୟାସ ପାଇଁ ଜଣାଶୁଣା । ସେ ଜଣେ ଦୁର୍ନୀତି ବିରୋଧୀ ନେତା ଭାବରେ ମଧ୍ୟ ପ୍ରସିଦ୍ଧ ଥିଲେ । ତାଙ୍କ ଶାସନ କାଳରେ କାର୍ଯ୍ୟକାରୀ ହୋଇଥିବା ଭୂମି ସଂସ୍କାର ଯୋଜନା ଓ ଶିକ୍ଷା ସଂସ୍କାର ଯୋଜନା ସମଗ୍ର ଦେଶରେ ବ୍ୟାପକ ପ୍ରଭାବ ପକାଇଥିଲା ।

କର୍ପୂରୀ ଠାକୁର କିଏ ଥିଲେ ?

କର୍ପୂରୀ ଠାକୁର ସମସ୍ତିପୁର ଜିଲ୍ଲାର ପିତାଉଜିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । କରପୂରୀ ଠାକୁର ୧୯୪୦ ମସିହାରେ ପାଟନାରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ସେ ସମାଜବାଦର ମାର୍ଗ ବାଛିଥିଲେ । ୧୯୪୨ମସିହାରେ ସେ ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ । ଏହି କାରଣରୁ ତାଙ୍କୁ ଜେଲରେ ମଧ୍ୟ ରହିବାକୁ ପଡ଼ିଥିଲା । କର୍ପୂରୀ ଠାକୁର ବିହାରର ଦ୍ୱିତୀୟ ଉପମୁଖ୍ୟମନ୍ତ୍ରୀ ଏବଂ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

କର୍ପୂରୀ ଠାକୁରଙ୍କୁ ‘ଭାରତ ରତ୍ନ’ ଦେବାକୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା

ଦୀର୍ଘଦିନ ଧରି ବିହାରରୁ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି ଜୋର ଧରିଛି । ବିହାରରେ କର୍ପୂରୀ ଠାକୁର କ୍ଷମତାରେ ଥିବାବେଳେ ପଛୁଆ ବର୍ଗଙ୍କ ପାଇଁ ୧୨ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିଲେ । ସେତେବେଳେ ଜନସଂଘର ବରିଷ୍ଠ ନେତା କୈଳାସ ପତି ମିଶ୍ର ତାଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିଲେ । ସେ କର୍ପୂରୀ ଠାକୁରଙ୍କ ସଂରକ୍ଷଣ ନୀତିକୁ ମଧ୍ୟ ସମର୍ଥନ କରିଥିଲେ ।

More articles

LEAVE A REPLY

Please enter your comment!
Please enter your name here

Latest article