୭୮ ସାଂସଦଙ୍କୁ ନିଲମ୍ବନ ନେଇ ସଂସଦରେ ବିରୋଧୀଙ୍କ ହଙ୍ଗାମା: ‘ମୋଦିସାହି ମୁର୍ଦାବାଦ’ ସ୍ଲୋଗାନ

Must read

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଦ୍ୱାଦଶ ଦିନରେ ୭୮ ଜଣ ସାଂସଦଙ୍କୁ ନିଲମ୍ବନକୁ ନେଇ ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ହଙ୍ଗାମା ଚଳାଇଛନ୍ତି । ଏହା ପୂର୍ବରୁ ସଂସଦ ଭବନ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିରୋଧୀ ଦଳ ନେତାମାନେ ‘ମୋଦୀସାହି ମୁର୍ଦାବାଦ’, ‘ଏକଛତ୍ରବାଦ ମୁର୍ଦାବାଦ’ ଓ ‘ମୋଦୀ ସରକାର ମୁର୍ଦାବାଦ’ ଭଳି ସ୍ଲୋଗାନ ଦେଇଥିଲେ । ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭା ଓ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ ରଖାଯାଇଛି ।

ବାସ୍ତବରେ ଡିସେମ୍ବର ୧୮ରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ୩୩ ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ । ଏଥିରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ କଂଗ୍ରେସର ୧୧ ଜଣ, ତୃଣମୂଳ କଂଗ୍ରେସର ୯ ଜଣ, ଡିଏମକେର ୯ ଜଣ ଏବଂ ଅନ୍ୟ ଦଳର ୪ ଜଣ ସାଂସଦ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୩୦ ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିବାବେଳେ କଂଗ୍ରେସର ୩ ଜଣ ସାଂସଦଙ୍କୁ ପୁନଃ ଅବସ୍ଥାପିତ କରିବା ନେଇ ସ୍ୱାଧିକାର କମିଟି ନିଷ୍ପତ୍ତି ନେବ । ସେମାନେ ବାଚସ୍ପତିଙ୍କ ମଞ୍ଚ ଉପରେ ଚଢ଼ିଥିବା ଅଭିଯୋଗ ହୋଇଛି ।

ଏହାପରେ ରାଜ୍ୟସଭାରେ ହଟ୍ଟଗୋଳ ହୋଇଥିଲା । ଫଳରେ ଅଧ୍ୟକ୍ଷ ଜଗଦୀପ ଧନଖର ୪୫ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିଥିଲେ । ଏମାନଙ୍କ ମଧ୍ୟରୁ ୩୪ ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିବାବେଳେ ୧୧ ଜଣ ସାଂସଦଙ୍କ ସଦସ୍ୟତା ସମ୍ପର୍କରେ ସ୍ୱାଧିକାର କମିଟି ନିଷ୍ପତ୍ତି ନେବ ।

ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ସାଂସଦଙ୍କୁ ନିଲମ୍ବିତ କରାଯାଇଛି

ଡିସେମ୍ବର ୧୪ରେ ୧୩ ଜଣ ଲୋକସଭା ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏଥିରେ କଂଗ୍ରେସର ୯, ସିପିଆଇ(ଏମ୍)ର ୨, ଡିଏମ୍ କେ ଓ ସିପିଆଇର ଜଣେ ଲେଖାଏଁ ସାଂସଦ ରହିଛନ୍ତି । ଏମାନଙ୍କ ବ୍ୟତୀତ ରାଜ୍ୟସଭା ସାଂସଦ ଡେରେକ୍ ଓ’ବ୍ରାଏନଙ୍କୁ ମଧ୍ୟ ଡିସେମ୍ବର ୧୪ରେ ନିଲମ୍ବିତ କରାଯାଇଥିଲା । ଶୀତ କାଳୀନ ଅଧିବେଶନରୁ ମୋଟ ୯୨ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ।

ରାଜ୍ୟସଭାରେ ସାଂସଦଙ୍କ ସଂଖ୍ୟା ୨୪୫ ରହିଛି । ଏଥିରେ ବିଜେପି ଓ ଏହାର ସହଯୋଗୀ ଦଳର ୧୦୫ ଜଣ, ଇଣ୍ଡି ମେଣ୍ଟର ୬୪ ଜଣ ଏବଂ ଅନ୍ୟ ୭୬ ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୪୬ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ବର୍ତ୍ତମାନ ଲୋକସଭାରେ ସାଂସଦଙ୍କ ସଂଖ୍ୟା ୫୩୮ ରହିଛି । ଏଥିରେ ଏନଡିଏର ୩୨୯, ଇଣ୍ଡି ମେଣ୍ଟର ୧୪୨ ଏବଂ ଅନ୍ୟାନ୍ୟ ଦଳର ୬୭ ସାଂସଦ ଅଛନ୍ତି । ଏମାନଙ୍କ ମଧ୍ୟରୁ ୪୬ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ସଦସ୍ୟଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି।

ଗୃହରେ ସ୍ଲୋଗାନ, ପ୍ଲାକାର୍ଡ ଲଗାଇବା ଠିକ୍ ନୁହେଁ: ବାଚସ୍ପତି

ବାଚସ୍ପତି ଓମ୍ ବିର୍ଲା ସୋମବାର କହିଛନ୍ତି ଯେ ସଂସଦର ସୁରକ୍ଷା ତ୍ରୁଟିର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି । ଏହି ମାମଲାରେ ଏକ ତଦନ୍ତ କମିଟି ଗଠନ କରାଯାଇଛି । ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିବା ପରେ କେବଳ ପୂର୍ବତନ ବକ୍ତାଙ୍କ ଜରିଆରେ ତଦନ୍ତ ପ୍ରକ୍ରିୟା ଚାଲିଥିଲା । ଏହି ଘଟଣାକୁ ନେଇ ରାଜନୀତି ହେବା ଦୁର୍ଭାଗ୍ୟଜନକ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୃହରେ ଆଲୋଚନା ହେବା ଉଚିତ ।

ଏହା ପୂର୍ବରୁ ବିଜେପି ସଂସଦୀୟ ଦଳ ବୈଠକ ବସିଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସଂସଦରେ ସୁରକ୍ଷା ତ୍ରୁଟିକୁ କିଛି ଦଳ ସମର୍ଥନ କରୁଛନ୍ତି । ସେମାନଙ୍କ ଆଚରଣ ସୁରକ୍ଷା ତ୍ରୁଟି ଭଳି ଭୟଙ୍କର । ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡି ମେଣ୍ଟର ଲକ୍ଷ୍ୟ ଆମ ସରକାରକୁ ହଟାଇବା ହୋଇଥିବାବେଳେ ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ଏହି ଦେଶ ପାଇଁ ଏକ ଉନ୍ନତ ଭବିଷ୍ୟତ ସୃଷ୍ଟି କରିବା ।

ଏହି ସାଂସଦମାନଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଛି

ସାଂସଦ ନାମ ପାର୍ଟି
କଲ୍ୟାଣ ବାନାର୍ଜୀ ତୃଣମୂଳ କଂଗ୍ରେସ
ଏ ରାଜା ଡିଏମକେ
ଟି ସୁମତି ଡିଏମକେ
ଦୟାନିଧି ମାରାନ ଡିଏମ୍ କେ
ଆଫରୁପା ପୋଦ୍ଦାର ତୃଣମୂଳ କଂଗ୍ରେସ
ପ୍ରସୁନ ବାନାର୍ଜୀ ତୃଣମୂଳ କଂଗ୍ରେସ
ଇଟି ମହମ୍ମଦ ବଶିର ମୁସଲିମ୍ ଲିଗ୍
ଜି ସେଲଭମ ଡିଏମକେ
ସିଏନ୍ ଆନ୍ନାଦୁରାଇ ଡିଏମ୍ କେ
୧୦ ଅଧୀର ରଞ୍ଜନ ଚୌଧୁରୀ କଂଗ୍ରେସ
୧୧ ଅସିତ କୁମାର ମାଲ ତୃଣମୂଳ କଂଗ୍ରେସ
୧୨ କୌଶଲେନ୍ଦ୍ର କୁମାର ଜେଡିୟୁ
୧୩ ଆଣ୍ଟୋ ଆଣ୍ଟୋନି କଂଗ୍ରେସ
୧୪ ଏସ୍ ଏସ୍ ପାଲାନିମିନିକମ୍ ଡିଏମ୍ କେ
୧୫ ଥିରୁନାବୁକ୍କରସାର କଂଗ୍ରେସ
୧୬ ପ୍ରତିମା ମଣ୍ଡଳ ତୃଣମୂଳ କଂଗ୍ରେସ
୧୭ କାକୋଲି ଘୋଷ ତୃଣମୂଳ କଂଗ୍ରେସ
୧୮ କେ ମୁରଲୀଧରନ କଂଗ୍ରେସ
୧୯ ସୁନୀଲ ମଣ୍ଡଳ ତୃଣମୂଳ କଂଗ୍ରେସ
୨୦ ଏସ୍ ରାମଲିଙ୍ଗମ୍ ଡିଏମ୍ କେ
୨୧ କେ ସୁରେଶ କଂଗ୍ରେସ
୨୨ ଅମର ସିଂ କଂଗ୍ରେସ
୨୩ ରାଜମୋହନ ଉନ୍ନିଥନ କଂଗ୍ରେସ
୨୪ ଗୌରବ ଗୋଗୋଇ କଂଗ୍ରେସ
୨୫ ଟିଆର୍ ବାଲୁ ଡିଏମ୍ କେ
୨୬ କନି ନୱାସ ମୁସଲିମ ଲିଗ୍
୨୭ କେ ବୀରସ୍ୱାମୀ ଡିଏମକେ
୨୮ ଏନକେ ପ୍ରେମଚନ୍ଦ୍ରନ ଆରଏସପି
୨୯ ସୌତ ରାୟ ତୃଣମୂଳ କଂଗ୍ରେସ
୩୦ ଶତାବ୍ଦୀ ରାୟ ତୃଣମୂଳ କଂଗ୍ରେସ

ଏହି ଲୋକସଭା ସାଂସଦଙ୍କ ନିଲମ୍ବନ ମାମଲାକୁ ସ୍ୱାଧିକାର କମିଟିକୁ ପଠାଯାଇଛି ।

ସାଂସଦ ନାମ ପାର୍ଟି
ଅବଦୁଲ ଖାଲିକ କଂଗ୍ରେସ
କେ ଜୟକୁମାର କଂଗ୍ରେସ
ନୀରଜ ଦାଙ୍ଗୀ କଂଗ୍ରେସ

ରାଜ୍ୟସଭାରୁ ନିଲମ୍ବିତ ସାଂସଦ

ସାଂସଦ ନାମ ପାର୍ଟି
ପ୍ରମୋଦ ତିୱାରୀ କଂଗ୍ରେସ
ଜୟରାମ ରମେଶ କଂଗ୍ରେସ
ଅମି ୟାଜନିକ୍ କଂଗ୍ରେସ
ନରେନ୍ଦ୍ରଭାଇ ଜେ ରାଠୱା କଂଗ୍ରେସ
ସୟଦ ନାସିର ହୁସେନ କଂଗ୍ରେସ
ଫୁଲୋ ଦେବୀ ନେତାମ କଂଗ୍ରେସ
ଶକ୍ତିସିଂହ ଗୋହିଲ କଂଗ୍ରେସ
କେସି ବେଣୁଗୋପାଳ କଂଗ୍ରେସ
ରଜନୀ ଅଶୋକଓ ପାଟିଲ କଂଗ୍ରେସ
୧୦ ରଂଜିତ ରଞ୍ଜନ କଂଗ୍ରେସ
୧୧ ଇମ୍ରାନ ପ୍ରତାପଗଡ଼ୀ କଂଗ୍ରେସ
୧୨ ରଣଦୀପ ସିଂ ସୁରଜେୱାଲା କଂଗ୍ରେସ.
୧୩ ସୁଖେନ୍ଦୁ ଶେଖର ରାୟ ତୃଣମୂଳ କଂଗ୍ରେସ
୧୪ ମହମ୍ମଦ ନାଦିମୁଲ ହକ୍ ତୃଣମୂଳ କଂଗ୍ରେସ
୧୫ ଅବିର ରଞ୍ଜନ ବିଶ୍ୱାସ ତୃଣମୂଳ କଂଗ୍ରେସ
୧୬ ଶାନ୍ତନୁ ସେନ ତୃଣମୂଳ କଂଗ୍ରେସ
୧୭ ମୌସମ ନୁର ତୃଣମୂଳ କଂଗ୍ରେସ
୧୮ ପ୍ରକାଶ ଚିକ୍ ବାରିକ ତୃଣମୂଳ କଂଗ୍ରେସ
୧୯ ସମୀରୁଲ ଇସଲାମ ତୃଣମୂଳ କଂଗ୍ରେସ
୨୦ ଏମ୍ ଶାନମୁଗମ୍ ଡିଏମ୍ କେ
୨୧ ଏନଆର ଏଲାଙ୍ଗୋ ଡିଏମକେ
୨୨ କାନିମୋଝି ଏନଭିଏନ ସୋମୁ ଡିଏମକେ
୨୩ ଆର ଗିରିରାଜନ ଡିଏମକେ
୨୪ ମନୋଜ କୁମାର ଝା ଆରଜେଡି
୨୫ ଫୟାଜ ଅହମ୍ମଦ ଆରଜେଡି
୨୬ ବି.ଶିବସଦନ ସିପିଆଇ(ଏମ୍)
୨୭ ଅଜିତ କୁମାର ଭୂୟାଁ ସ୍ୱାଧୀନ
୨୮ ରାମନାଥ ଠାକୁର ଜେଡିୟୁ
୨୯ ଅନିଲ ପ୍ରସାଦ ହେଗଡେ ଜେଡିୟୁ
୩୦ ବନ୍ଦନା ଚୌହାନ ଏନସିପି
୩୧ ରାମ ଗୋପାଳ ଯାଦବ ଏସ୍ ପି
୩୧ ଜାଭେଦ ଅଲ୍ଲୀ ଖାନ୍ ଏସ୍ ପି
୩୩ ମହୁଆ ମାଝୀ ଜେଏମ୍ଏମ୍
୩୪ ଜୋସ୍ କେ ମଣି କେରଳ କଂଗ୍ରେସ (ଏମ୍)

ଏହି ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ମାମଲା କୁ ସ୍ୱାଧିକାର କମିଟିକୁ ହସ୍ତାନ୍ତର କରାଯାଇଛି ।

ସାଂସଦ ନାମ ପାର୍ଟି
ଜେବି ମାଥର ହିସାମ କଂଗ୍ରେସ
ଲ ହନୁମନ୍ତୈୟା କଂଗ୍ରେସ
ନୀରଜ ଦାଙ୍ଗୀ କଂଗ୍ରେସ
ରାଜମଣି ପଟେଲ କଂଗ୍ରେସ
କୁମାର କେତକର କଂଗ୍ରେସ
ଜିସି ଚନ୍ଦ୍ରଶେଖର ସିପିଆଇ
ବିନୟ ବିଶ୍ୱମ୍ ସିପିଆଇ
ସଣ୍ଡୋଶ କୁମାର ପି ଜେଡିୟୁ
ଏମ୍ ମହମ୍ମଦ ଅବଦୁଲ୍ଲା ଡିଏମକେ
୧୦ ଜନ୍ ବ୍ରିଟାସ୍ ସିପିଆଇ(ଏମ୍)
୧୧ ଏ ଏ ରହିମ୍ ସିପିଆଇ(ଏମ୍)

କେଉଁ ନିୟମ ଅନୁଯାୟୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବାଚସ୍ପତି ?

ସଂସଦର କାର୍ଯ୍ୟଧାରା ପାଇଁ ଏକ ସମ୍ପୂର୍ଣ୍ଣ ନିୟମ ପୁସ୍ତକ ଅଛି । ଏହି ନିୟମ ପୁସ୍ତକ ମାଧ୍ୟମରେ ଗୃହ ପରିଚାଳିତ ହେଉଛି । ଏହି ପୁସ୍ତକର ନିୟମ ୩୭୩ ଅନୁଯାୟୀ, ଯଦି ଲୋକସଭା ବାଚସ୍ପତି ଅନୁଭବ କରନ୍ତି ଯେ ଜଣେ ସାଂସଦ ଗୃହକାର୍ଯ୍ୟରେ କ୍ରମାଗତ ଭାବରେ ବାଧା ସୃଷ୍ଟି କରୁଛନ୍ତି, ତେବେ ସେ ତାଙ୍କୁ ସେହିଦିନ ପାଇଁ ଗୃହରୁ ବହିଷ୍କାର କରିପାରିବେ, କିମ୍ବା ସେ ଅବଶିଷ୍ଟ ଅଧିବେଶନ ପାଇଁ ନିଲମ୍ବିତ ମଧ୍ୟ କରିପାରିବେ ।

ଏଥିସହ ବାଚସ୍ପତି ନିୟମ ୩୭୪ ଓ ୩୭୪(ଏ) ଅନୁଯାୟୀ ଅଧିକ ବିଶୃଙ୍ଖଳିତ ସଦସ୍ୟଙ୍କ ସହ ମୁକାବିଲା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । କଂଗ୍ରେସ ସାଂସଦଙ୍କ ବିରୋଧରେ ନିୟମ ୩୭୪ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଭଳି ପରିସ୍ଥିତିରେ ଜାଣନ୍ତୁ ଏହି ନିୟମ ବିଷୟରେ…

  • ଯେଉଁ ସାଂସଦମାନେ ଗୃହରର ଶୃଙ୍ଖଳା ଭାଙ୍ଗିଛନ୍ତି କିମ୍ବା ନିୟମ ଉଲ୍ଲଂଘନ କରିଛନ୍ତି ଏବଂ ଜାଣିଶୁଣି ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି ସେମାନଙ୍କ ନାମ ଲୋକସଭା ବାଚସ୍ପତି ଘୋଷଣା କରିପାରିବେ ।
  • ଯେତେବେଳେ ବାଚସ୍ପତି ଏଭଳି ସାଂସଦଙ୍କ ନାମ ଘୋଷଣା କରନ୍ତି, ସେତେବେଳେ ସେ ଗୃହରେ ଏକ ପ୍ରସ୍ତାବ ରଖିଥାଆନ୍ତି । ପ୍ରସ୍ତାବରେ ହଙ୍ଗାମା କରିଥିବା ସାଂସଦଙ୍କ ନାମ ନେଇ ତାଙ୍କୁ ନିଲମ୍ବିତ କରାଯିବ ବୋଲି କୁହାଯାଇଥାଏ ।
  • ଏଥିରେ ନିଲମ୍ବନର ଅବଧି ଉଲ୍ଲେଖ ରହିଥାଏ । ଅଧିବେଶନ ଶେଷ ପର୍ଯ୍ୟନ୍ତ ଏହି ଅବଧି ସର୍ବାଧିକ ହୋଇପାରିବ । ଗୃହ ମଧ୍ୟ ଯେକୌଣସି ସମୟରେ ପ୍ରସ୍ତାବକୁ ବାତିଲ କରିବାକୁ ଅନୁରୋଧ କରିପାରେ ।

ଏବେ ଆସନ୍ତୁ ଜାଣିବା ନିୟମ ୩୭୪(ଏ) କ’ଣ କହୁଛି

୨୦୦୧ ଡିସେମ୍ବର ୫ତାରିଖରେ ନିୟମ ପୁସ୍ତକରେ ଆଉ ଏକ ନିୟମ ଯୋଡ଼ାଯାଇଥିଲା । ଏହାକୁ ନିୟମ ୩୭୪(ଏ) କୁହାଯାଏ । ଯଦି କୌଣସି ସାଂସଦ ଜାଣିଶୁଣି ଗୃହ ମଧ୍ୟକୁ ଆସି କିମ୍ବା ଗୃହରେ ସ୍ଲୋଗାନ ଦେଇ କିମ୍ବା କାର୍ଯ୍ୟରେ ବାଧା ସୃଷ୍ଟି କରି ନିୟମ ଉଲ୍ଲଂଘନ କରନ୍ତି, ତେବେ ଏହି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ।

ଯେତେବେଳେ ବାଚସ୍ପତି ଏଭଳି ସାଂସଦଙ୍କ ନାମ ନିଅନ୍ତି, ତାଙ୍କୁ ୫ଟି ବୈଠକ କିମ୍ବା ଅଧିବେଶନର ଅବଶିଷ୍ଟ ଅବଧି (ଯାହା କମ୍ ଥିବ) ପାଇଁ ଆପେ ଆପେ ନିଲମ୍ବିତ କରାଯାଏ ।

ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିବାର ପ୍ରକ୍ରିୟା କ’ଣ ?

ଜଣେ ସାଂସଦଙ୍କୁ ନିଲମ୍ବିତ କରିବାର ଅଧିକାର ବାଚସ୍ପତିଙ୍କର ଅଛି, କିନ୍ତୁ ନିଲମ୍ବନ ପ୍ରତ୍ୟାହାର କରିବାର ଅଧିକାର ତାଙ୍କର ନାହିଁ । ସେହି କ୍ଷମତା ଗୃହ ଉପରେ ରହିଛି । ଗୃହ ଚାହିଁଲେ ସଂକଳ୍ପ ମାଧ୍ୟମରେ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିପାରିବ ।

ଏହି ସମୟ ମଧ୍ୟରେ ସାଂସଦମାନେ ଦରମା ପାଆନ୍ତି କି ?

ଗୃହରେ ବାଧା ସୃଷ୍ଟି କରିଥିବାରୁ ନିଲମ୍ବିତ ଜଣେ ସାଂସଦଙ୍କୁ ମିଳିଥାଏ ପୂରା ଦରମା । ‘କାମ ନାହିଁ, ବେତନ ନାହିଁ’ ନୀତିକୁ କେନ୍ଦ୍ରର ସରକାରମାନେ ଦଶନ୍ଧି ଧରି ବିଚାର କରୁଛନ୍ତି । ହେଲେ ଏହାକୁ ଏପର୍ଯ୍ୟନ୍ତ ପ୍ରଚଳନ କରାଯାଇନାହିଁ ।

ପ୍ରଥମ ଥର ପାଇଁ ସାଂସଦଙ୍କୁ ନିଲମ୍ବିତ କରାଯାଇଛି କି ?

ସାଂସଦଙ୍କ ନିଲମ୍ବନର ପ୍ରଥମ ଉଦାହରଣ ୧୯୬୩ ମସିହାରେ ଦେଖିବାକୁ ମିଳିଥିଲା । ୧୯୮୯ରେ ସବୁଠାରୁ ବଡ଼ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ରାଜୀବ ଗାନ୍ଧୀ ସରକାର ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ମାମଲାରେ ଠକ୍କର କମିଶନ ରିପୋର୍ଟ ସଂସଦରେ ଆଗତକୁ ନେଇ ସାଂସଦମାନେ ହଙ୍ଗାମା କରୁଥିଲେ ।

ଏହାପରେ ହଙ୍ଗାମା କରିଥିବାରୁ ବିରୋଧୀ ଦଳର ୬୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ୨୦୧୯ ଜାନୁଆରୀରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଦୁଇଦିନ ମଧ୍ୟରେ ୪୫ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିଥିଲେ ।

୨୦୧୪ରେ କଂଗ୍ରେସ ନିଜ ସାଂସଦଙ୍କୁ ନିଲମ୍ବନ କରିଥିଲା

୨୦୧୪ ଫେବ୍ରୁଆରି ୧୩ରେ ଲୋକସଭା ବାଚସ୍ପତି ମୀରା କୁମାର ୧୮ ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ । ନିଲମ୍ବିତ ସାଂସଦଙ୍କ ମଧ୍ୟରୁ କିଛି ତେଲେଙ୍ଗାନା ରାଜ୍ୟ ଗଠନ ଦାବିକୁ ବିରୋଧ କରୁଥିବାବେଳେ କିଛି ଅଲଗା ରାଜ୍ୟ ଦାବି କରୁଥିଲେ ।

ଏହି ସମୟରେ ଏକ ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳିଥିଲା, କାରଣ ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରୁ ଜଣେ ହେଉଛନ୍ତି କଂଗ୍ରେସର ଏଲ୍ ରାଜଗୋପାଳ । ରାଜଗୋପାଳଙ୍କ ବିରୋଧରେ ଗୃହରେ ଲଙ୍କାଗୁଣ୍ଡ ସ୍ପ୍ରେ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।

More articles

LEAVE A REPLY

Please enter your comment!
Please enter your name here

Latest article