କଂଗ୍ରେସର ଅଧୀର ରଞ୍ଜନଙ୍କ ସମେତ ୩୧ ବିରୋଧୀ ସାଂସଦ ଲୋକସଭାରୁ ନିଲମ୍ବିତ

Must read

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ସାଂସଦମାନେ ହଙ୍ଗାମା କରିବା ପରେ ଲୋକସଭାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୩୧ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ବିରୋଧୀ ସାଂସଦଙ୍କ ପ୍ଲାକାର୍ଡ ଦେଖାଇବା ପାଇଁ ବାଚସ୍ପତି ଏହି ପଦକ୍ଷେପ ନେଇଛନ୍ତି । ନିଲମ୍ବିତ ସାଂସଦଙ୍କ ମଧ୍ୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଅଛନ୍ତି । ଶୀତକାଳୀନ ଅଧିବେଶନର ଅବଶିଷ୍ଟ କାର୍ଯ୍ୟ ଦିବସ ପାଇଁ ସମସ୍ତ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିରୋଧୀ ସଦସ୍ୟଙ୍କୁ ନିଲମ୍ବନ କରିବାକୁ ଦାବି କରିଥିଲେ । ଏହାପରେ ବାଚସ୍ପତି ଏହି ସଦସ୍ୟମାନଙ୍କୁ ନିଲମ୍ବିତ କରିଥିଲେ । ସୂଚନାଯୋଗ୍ୟ, ଶୁକ୍ରବାର ପୂରା ଅଧିବେଶନ ପାଇଁ ୧୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ଏପର୍ଯ୍ୟନ୍ତ ୪୪ ଜଣ ବିରୋଧୀ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି ।

ସାଂସଦଙ୍କ ନିଲମ୍ବନ ପରେ ଲୋକସଭାକୁ ମଙ୍ଗଳବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଉଲ୍ଲେଖଯୋଗ୍ୟ, ବାଚସ୍ପତି ଓମ୍ ବିର୍ଲା ସମସ୍ତ ସଦସ୍ୟଙ୍କୁ ଗୃହରେ ପ୍ଲାକାର୍ଡ ନ ଆଣିବାକୁ ଅନୁରୋଧ କରିଥିଲେ । କିନ୍ତୁ ସଂସଦର ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ବିରୋଧୀ ସାଂସଦମାନେ ମଞ୍ଚ ସମ୍ମୁଖରେ ଲଗାତାର ପ୍ଲାକାର୍ଡ ଦେଖାଉଥିଲେ ।

ବିରୋଧୀ ଚକିତ

ସରକାରଙ୍କ ଏହି ପଦକ୍ଷେପ ପରେ ବିରୋଧୀମାନେ ଚକିତ ହୋଇଯାଇଛନ୍ତି । ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ଗୃହ ଚଳାଇବା ସରକାରଙ୍କ କାମ । ଆମକୁ ନିଲମ୍ବିତ କରାଯାଉଛି ଏବଂ ଆମ ସ୍ୱରକୁ ଦମନ କରାଯାଉଛି । ସେପଟେ କଂଗ୍ରେସ ନେତା ଗୌରବ ଗୋଗୋଇ କହିଛନ୍ତି ଯେ ସରକାର ଆମ ସ୍ୱରକୁ ଦମନ କରିବାକୁ ଚାହୁଁଛନ୍ତି । ସରକାର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବଞ୍ଚାଇବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ସେ କହିଛନ୍ତି, ଆମେ ଗତ ଦୁଇଦିନ ଧରି ନିଲମ୍ବିତ ହୋଇଥିବା ସାଂସଦମାନଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରୁଛୁ । ଆମେ ସଂସଦରେ ସୁରକ୍ଷା ତ୍ରୁଟି ଉପରେ ବିତର୍କ କରିବାକୁ ଦାବି କରୁଥିଲୁ ।

ନିଲମ୍ବିତ ସାଂସଦଙ୍କ ନାମ

  • -କଲ୍ୟାଣ ବାନାର୍ଜୀ
  • -ଏ. ରାଜା
  • -ଦୟାନିଧି ମାରାନ
  • -କେ ଜୟକୁମାର
  • -ଅବ୍ରୁପା ପୋଦ୍ଦାର
  • -ପ୍ରସୁନ ବାନାର୍ଜୀ
  • -ଇ.ଟି ମହମ୍ମଦ ବଶିର
  • -ଜି ସେଲଭମ୍
  • -ସିଏନ୍ ଆନ୍ନା ଦୁରାଇ
  • -ଅଧୀର ରଞ୍ଜନ ଚୌଧୁରୀ
  • -ଡ. ଟି. ସୁମତି
  • -କେ. ନୱାସ୍କାନି
  • -କେ.ବୀରସ୍ୱାମୀ
  • -ଏନ୍ କେ ପ୍ରେମଚନ୍ଦ୍ରନ
  • -ସୌଗତ ରାୟ
  • -ସାତବଦି ରାୟ
  • -ଅସିତ କୁମାର ମାଲ
  • -କୌଶଲେନ୍ଦ୍ର କୁମାର
  • -ଆଣ୍ଟୋ ଆଣ୍ଟୋନି
  • -ଏସ୍ ଏସ୍ ପାଲାନିମଣିକାମ
  • -ଅବଦୁଲ ଖାଲିଫ
  • -ଥିରୁଭୁକରଶର
  • -ବିଜୟ ବସନ୍ତ
  • -ପ୍ରତିମା ମଣ୍ଡଳ
  • -କାକୋଲି ଘୋଷ
  • -କେ ମୁରଲୀଧରନ
  • -ସୁନୀଲ କୁମାର ମଣ୍ଡଳ
  • -ଏସ୍ ରାମଲିଙ୍ଗମ୍
  • -କେ ସୁରେଶ
  • -ଅମର ସିଂ
  • -ରାଜମୋହନ ଉନ୍ନିଥନ
  • -ଗୌରବ ଗୋଗୋଇ
  • -ଟି.ଆର.ବାଲୁ

More articles

LEAVE A REPLY

Please enter your comment!
Please enter your name here

Latest article