ବିଜେପିରେ ଯୋଗଦେବେ ଏକା ନକୁଳ ନାଥ ?

Must read

କଳ୍ପନାଜଳ୍ପନା ଭିତରେ ରାଜନୈତିକ ପାରଦ ବୃଦ୍ଧି

ନୂଆଦିଲ୍ଲୀ: ଲଗାତାର ୩ଦିନ ଧରି କମଲନାଥ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଯଦିଓ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ, ତେବେ ସୂତ୍ରରୁ ପ୍ରକାଶ ଯେ କମଲନାଥ ତାଙ୍କ ପୁଅ ନକୁଲ ନାଥଙ୍କ ପାଇଁ ଛିନ୍ଦୱାଡା ଲୋକସଭା ଆସନରେ ସ୍ଥାନ ଖୋଜୁଛନ୍ତି। ରାଜନୈତିକ ବିଶେଷଜ୍ଞଙ୍କ ମତରେ କମଲନାଥ ନୁହେଁ, କେବଳ ତାଙ୍କ ପୁଅ ନକୁଳ ନାଥ ବିଜେପିରେ ଯୋଗ ଦେବେ।

ଗୋଟିଏ ପଟେ କମଲନାଥ ଓ ପୁଅ ନକୁଳ ନାଥ ବିଜେପିରେ ମିଶିବାର ସମ୍ଭାବନା ବହୁତ କମ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ସେହିପରି ଯଦି ବିଜେପି ସୂତ୍ରକୁ ବିଶ୍ୱାସ କରାଯାଏ ତେବେ କମଲନାଥଙ୍କ ପୁଅ ନକୁଳ ନାଥ ବିଜେପିରେ ଯୋଗ ଦେଇପାରନ୍ତି ଏବଂ ଆଗାମୀ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି କରିପାରନ୍ତି।

ନକୁଳ ନାଥଙ୍କ ସହ ଆହୁରି ଅନେକ ନେତା ମଧ୍ୟ ବିଜେପିରେ ମିଶିପାରନ୍ତି

ବିଜେପି ସୂତ୍ରରୁ ପ୍ରକାଶ ଯେ ଉଭୟ କମଲନାଥ ଏବଂ ସାଂସଦ ପୁଅ ନକୁଳ ନାଥ ବିଜେପି ସହ ଯୋଗାଯୋଗରେ ଅଛନ୍ତି, କିନ୍ତୁ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେବଳ ନକୁଳ ନାଥ ବିଜେପିରେ ଯୋଗ ଦେଇପାରିବେ। ନକୁଲ ନାଥଙ୍କ ସହ ଛିନ୍ଦୱାଡାର ଆହୁରି ଅନେକ ନେତା ମଧ୍ୟ ବିଜେପିରେ ଯୋଗଦେବାର ସମ୍ଭାବନା ରହିଛି । ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଏହି ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି।

More articles

LEAVE A REPLY

Please enter your comment!
Please enter your name here

Latest article