ରାମ ମନ୍ଦିରରୁ ଫେରିବାମାତ୍ରେ ସୂର୍ଯ୍ୟୋଦୟ ଯୋଜନା ଘୋଷଣା କଲେ ମୋଦି

Must read

  • ୧ କୋଟି ଘରେ ଲାଗିବ ସୋଲାର ପ୍ୟାନେଲ
  • କେଜ୍ରିଓ୍ୱାଲଙ୍କ ମାଗଣା ବିଜୁଳି ଯୋଜନାର ମୁକ୍କାବିଲ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ: ଖୁବଶୀଘ୍ର ବିଜୁଳି ବିଲ କାମ ହେବାକୁ ଯାଉଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟବସ୍ଥା କରିଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରୁ ଫେରିବାମାତ୍ରେ ସେ ଏ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି । ଏହାର ନାମ ହେଉଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା । ଏଥିପାଇଁ ସରକାର ୧ କୋଟିରୁ ଅଧିକ ଘରେ ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି । ଗରିବ ଓ ମଧ୍ୟବିତ୍ତଙ୍କ ବିଜୁଳି ବିଲ ହ୍ରାସ କରିବା ଏହାର ଉଦ୍ଦେଶ୍ୟ । ଏହି ଯୋଜନା ଜରିଆରେ ସରକାର ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଏହି ଯୋଜନା ବିଷୟରେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ସୂର୍ଯ୍ୟବଂଶୀ ଭଗବାନ ଶ୍ରୀରାମଙ୍କ ଆଲୋକରୁ ପୃଥିବୀର ସମସ୍ତ ଭକ୍ତଙ୍କୁ ସର୍ବଦା ଶକ୍ତି ମିଳିଥାଏ । ଆଜି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଅବସରରେ ମୋର ସଂକଳ୍ପ ଆହୁରି ଦୃଢ଼ ହୋଇଛି ଯେ ଭାରତୀୟମାନଙ୍କୁ ସେମାନଙ୍କ ଘରଛାତ ଉପରେ ନିଜସ୍ୱ ସୌର ବ୍ୟବସ୍ଥା ରହିବା ଉଚିତ । ଅଯୋଧ୍ୟାରୁ ଫେରିବା ପରେ ମୁଁ ପ୍ରଥମ ନିଷ୍ପତ୍ତି ନେଇଛି ଯେ ଆମ ସରକାର ୧ କୋଟି ଘରେ ଛାତ ଉପରେ ସୋଲାର ଲଗାଇବା ଲକ୍ଷ୍ୟ ନେଇ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’ ଆରମ୍ଭ କରିବେ । ଏହାଦ୍ୱାରା କେବଳ ଗରିବ ଓ ମଧ୍ୟବିତ୍ତଙ୍କ ବିଜୁଳି ବିଲ କମିବ ନାହିଁ, ବରଂ ଶକ୍ତି କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବ ।

କିଏ ଲାଭବାନ ହେବ ?

ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାର ସବୁଠାରୁ ଅଧିକ ହିତାଧିକାରୀ ଗରିବ ଓ ମଧ୍ୟବିତ୍ତବର୍ଗଙ୍କୁ ମିଳିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ତାଙ୍କୁ ତାଙ୍କ ରୋଜଗାରର ଏକ ବଡ଼ ଅଂଶ ବିଜୁଳି ବିଲ ବାବଦରେ ଖର୍ଚ୍ଚ କରିବାକୁ ପଡ଼ୁଛି । ବିଜୁଳି ବିଲକୁ ନେଇ ଦେଶରେ ରାଜନୀତି ମଧ୍ୟ ଜୋର ଧରିଛି । କେତେବେଳେ ବିଲ ଛାଡ଼ ପ୍ରସଙ୍ଗରେ ତ କେତେବେଳେ ମାଗଣା ବିଜୁଳି ପ୍ରସଙ୍ଗରେ ଲୋକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରାଯାଉଛି । ଏହି ଯୋଜନା ଜରିଆରେ ସରକାର ଏଭଳି ପ୍ରସଙ୍ଗରେ ରାଜନୀତିକୁ ଶେଷ କରିବାର ବାଟ ମଧ୍ୟ ତିଆରି କରିଛନ୍ତି ।

କେତେ ପରିମାଣର ଛାତ ଉପରେ ସୋଲାର ଲଗାଯିବ ?

ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦୀ ୧ କୋଟି ଘରେ ଛାତ ଉପରେ ସୋଲାର ଲଗାଇବା କଥା କହିଛନ୍ତି । ତେବେ ଏହାକୁ ପ୍ରଥମେ କେଉଁଠି ଲଗାଯିବ ସେ ନେଇ ସରକାର ଖୁବଶୀଘ୍ର ରୋଡମ୍ୟାପ୍ ଉପସ୍ଥାପନ କରିପାରନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article