ରାହୁଲ ଓ ପ୍ରିୟଙ୍କାଙ୍କ ମଧ୍ୟରେ ସବୁ କିଛି ଠିକ୍ ନାହିଁ କି ?

Must read

ବିଜେପି ପରେ ଏବେ କଂଗ୍ରେସ କର୍ମୀମାନେ ମଧ୍ୟ ସଙ୍କେତ ଦେବା ଆରମ୍ଭ କରିଛନ୍ତି, କ’ଣ କଥା ?

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ଦଳ କଂଗ୍ରେସର କ୍ଷମତା ଯେଉଁମାନଙ୍କ ହାତରେ ଅଛି ସେମାନଙ୍କ ଭିତରେ ସବୁକିଛି ଠିକ୍ ଠାକ୍ ଚାଲିନାହିଁ କି ? ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ମଧ୍ୟରେ ଫାଟ ଓ ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପିର ଏହି ଅଭିଯୋଗ ପରେ ଏବେ କଂଗ୍ରେସ ଦଳ ଭିତରୁ ଏଭଳି ସ୍ୱର ସାମ୍ନାକୁ ଆସିବା ଆରମ୍ଭ ହୋଇଛି । ପ୍ରମୋଦ କ୍ରିଷ୍ଣାମ୍ ଏହା ସଙ୍କେତ ଦେଇଛନ୍ତି ।

କଂଗ୍ରେସ ନେତା ତଥା ଦୁଇଥର ଲୋକସଭା ପ୍ରାର୍ଥୀ ହୋଇଥିବା ପ୍ରମୋଦ କ୍ରିଷ୍ଣାମ କହିଛନ୍ତି, ଭଗବାନ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ଆଶୀର୍ବାଦ ଦିଅନ୍ତୁ । ପ୍ରିୟଙ୍କା ଗାନ୍ଧିଙ୍କୁ ଦଳରୁ ବାହାର କରିବା ପାଇଁ କାମ କରୁଥିବା ସ୍ୱତନ୍ତ୍ର ବ୍ୟକ୍ତିମାନେ କଂଗ୍ରେସକୁ ଦଖଲ କରିଛନ୍ତି । ରାହୁଲ ଗାନ୍ଧି ଏହି ଯାତ୍ରାରେ ଦୌଡ଼ାଉଛନ୍ତି । ଗାନ୍ଧୀ ପରିବାର ପ୍ରକୃତରେ ଭଗବାନ ରାମଙ୍କ ବିରୋଧରେ ନୁହଁନ୍ତି ।

ସମ୍ଭାଲରେ କଲ୍କି ପୀଠଧିଶ୍ୱର ଆଚାର୍ଯ୍ୟ କ୍ରିଷ୍ଣାମ୍ ମଧ୍ୟ କହିଛନ୍ତି ଯେ ଇଣ୍ଡି ମେଣ୍ଟରେ ସାମିଲ ଥିବା ସହଯୋଗୀ ଦଳମାନେ ବିଜେପି ପ୍ରତି କମ୍ ଏବଂ ଗାନ୍ଧୀ ପରିବାରକୁ ଅଧିକ ଟାର୍ଗେଟ କରୁଛନ୍ତି । କଂଗ୍ରେସରେ ଯେଉଁମାନେ ଶ୍ରୀରାମ ଓ ସତ୍ୟ କଥା କହୁଛନ୍ତି, ବାସ୍ତବତା କହିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ କଂଗ୍ରେସ ଛାଡ଼ିବାକୁ ପଡ଼ିବ । ମିଲିନ୍ଦ ଦେଓରା କଂଗ୍ରେସ ଛାଡ଼ିବା ଅତ୍ୟନ୍ତ ଦୁଃଖଦାୟକ ।

ଏହା ପୂର୍ବରୁ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ । ସେମାନଙ୍କ ବିବାଦ ସାମ୍ନାକୁ ଆସୁଛି । ଏପରିକି କଂଗ୍ରେସର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ମଣିପୁରରେ ପହଞ୍ଚିଥିବାବେଳେ ପ୍ରିୟଙ୍କା ଅନୁପସ୍ଥିତ ଥିଲେ । ଏହା ପୂର୍ବରୁ ମଧ୍ୟ ତାଙ୍କଠାରୁ ସମସ୍ତ ଦାୟିତ୍ୱ ଛଡ଼ାଇ ନିଆଯାଇଥିଲା ଏବଂ ତାହା ମଧ୍ୟ ସେ ଦଳର ସାଧାରଣ ସମ୍ପାଦକ ଥିବା ସମୟରେ ।

More articles

LEAVE A REPLY

Please enter your comment!
Please enter your name here

Latest article