ଦାନ ଦେବାରେ ଶିବ ନାଦର ସବୁଠାରୁ ଆଗରେ: ଦିନକୁ ୫.୬କୋଟି ଦାନ

Must read

ନୂଆଦିଲ୍ଲୀ: ଦେଶରେ ଗତ ଆର୍ଥିକ ବର୍ଷରେ ସବୁଠାରୁ ଅଧିକ ଦାନ କରିଥିବା କୋଟିପତିଙ୍କ ତାଲିକା ସାମ୍ନାକୁ ଆସିଛି । ଏହି ସମୟ ମଧ୍ୟରେ ୧୧୯ ଜଣ ଧନୀ ବ୍ୟକ୍ତି ମୋଟ ୮,୪୪୫ କୋଟି ଟଙ୍କା ଦାନ କରିଛନ୍ତି, ଯାହା କି ଗତବର୍ଷ ତୁଳନାରେ ୫୯% ଅଧିକ ଏବଂ ତିନି ବର୍ଷ ପୂର୍ବ ତୁଳନାରେ ୨୦୦% ଅଧିକ ଅଟେ । ପ୍ରକାଶିତ ଏଡେଲଗିଭ୍ ହୁରୁନ୍ ଇଣ୍ଡିଆ ଫିଲାନଥ୍ରୋପି ଲିଷ୍ଟ ୨୦୨୩ ଅନୁଯାୟୀ ଶ୍ରେଷ୍ଠ ୧୦ ଜଣ ଦାତା ୫,୮୦୬ କୋଟି ଟଙ୍କା ଦାନ କରିଛନ୍ତି, ଯାହା ପୂର୍ବ ବର୍ଷ ଅର୍ଥାତ୍ ୨୦୨୨ ଆର୍ଥିକ ବର୍ଷରେ ୩,୦୩୪ କୋଟି ଟଙ୍କା ଥିଲା । ଇଣ୍ଡିଆ ଫିଲାନଥ୍ରୋପି ତାଲିକାର ଶୀର୍ଷରେ ଶିବ ନାଦର ଥିବାବେଳେ ନିଖିଲ କାମାଥ ସର୍ବନିମ୍ନ ଦାତା ହୋଇଛନ୍ତି । ଆଇଟି କମ୍ପାନି ଏଚସିଏଲର ସହ ପ୍ରତିଷ୍ଠାତା ୭୮ ବର୍ଷୀୟ ଶିବ ନାଦର ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ନାଦର ଭାରତର ସବୁଠାରୁ ଧନୀଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ରହିଥିଲେ ମଧ୍ୟ ଚାନ୍ଦା ଦୃଷ୍ଟିରୁ ସେ ଏକ ନମ୍ବର ସ୍ଥାନରେ ଅଛନ୍ତି ।

ଆର୍ଥିକ ବର୍ଷ ୨୦୨୩ରେ ନାଦର ୨୦୪୨ କୋଟି ଟଙ୍କା ଦାନ କରିଥିଲେ । ଅର୍ଥାତ୍ ସେ ପ୍ରତିଦିନ ୫.୬ କୋଟି ଟଙ୍କା ଦାନ କରିଥିଲେ । ତାଙ୍କ ପଛକୁ ଆଇଟି କମ୍ପାନି ୱିପ୍ରୋର ପ୍ରତିଷ୍ଠାତା ଅଧ୍ୟକ୍ଷ ଅଜିମ ପ୍ରେମଜୀ ୧୭୭୪ କୋଟି ଟଙ୍କା ଦାନ କରିଛନ୍ତି । ଏହି ତାଲିକାରେ ଭାରତ ଓ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ତୃତୀୟ ସ୍ଥାନରେ ରହିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଗତବର୍ଷ ୩୭୬ କୋଟି ଟଙ୍କା ଦାନ କରିଥିଲେ । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ କୁମାର ମଙ୍ଗଲମ୍ ବିର୍ଲା, ଗୌତମ ଆଦାନୀ, ବଜାଜ, ଅନିଲ ଅଗ୍ରୱାଲ, ନନ୍ଦନ ନିଲେକାନି, ସାଇରସ୍ ଓ ଆଦର ପୁନାୱାଲା ଏବଂ ରୋହିଣୀ ନିଲେକାନି ରହିଛନ୍ତି । ଏହି ତାଲିକାରେ ୨୦୨୩ ଆର୍ଥିକ ବର୍ଷରେ ୮,୪୪୫ କୋଟି ଟଙ୍କା ଦାନ କରିଥିବା ୧୧୯ ଜଣ ଦାତା ସାମିଲ ଅଛନ୍ତି । ଏହା ଗତବର୍ଷ ତୁଳନାରେ ୫୯% ଅଧିକ ଅଟେ ।

ସବୁଠାରୁ ବଡ ମହିଳା ଦାତା କିଏ ?

ଚଳିତ ବର୍ଷ ଦେଶର ଶ୍ରେଷ୍ଠ ଦାତା ତାଲିକାରେ ଅନଲାଇନ୍ ବ୍ରୋକିଂ ଫାର୍ମ ଜିରୋଧାର ସହ ପ୍ରତିଷ୍ଠାତା ନୀତିନ ଏବଂ ନିଖିଲ କାମତ ମଧ୍ୟ ଅଛନ୍ତି । ତାଲିକା ଅନୁଯାୟୀ, କାମତ ଭାଇମାନେ ୨୦୨୩ ରେ ୧୧୦ କୋଟି ଟଙ୍କା ଦାନ କରିଛନ୍ତି । ଚଳିତ ବର୍ଷ ନିଜର ସମ୍ପତ୍ତିର ଅଧା ଦାନ କରିବା ପାଇଁ ଗିଭିଂ ପ୍ଲେଜରେ ସ୍ୱାକ୍ଷର କରିଥିବା ନିଖିଲ କାମାଥ ଏହି ତାଲିକାର ସର୍ବକନିଷ୍ଠ ଦାତା ରହିଛନ୍ତି । ଇନଫୋସିସର ସହ ପ୍ରତିଷ୍ଠାତାଙ୍କ ସମେତ ୨୫ ଜଣ ନୂଆ ବ୍ୟକ୍ତି ଏଥିରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଇନଫୋସିସର ସହ ପ୍ରତିଷ୍ଠାତା କେ ଦିନେଶ, ଭିଲୋସା ଇଣ୍ଡଷ୍ଟ୍ରିଜ୍ର ରମେଶଚନ୍ଦ୍ର ଟି ଜୈନ ଏବଂ ପରିବାର, ଆକ୍ସେଲର ପ୍ରଶାନ୍ତ ପ୍ରକାଶ ଏବଂ ଜୋହୋ କର୍ପୋରେସନର ଭେମ୍ବୁ ରାଧା ।

୧୫୦ କୋଟି ଟଙ୍କା ଦାନ କରି ପେସାଦାରମାନଙ୍କ ମଧ୍ୟରେ ଏଲ୍ ଆଣ୍ଡଟିର ଏଏମ୍ ନାୟକ ସବୁଠାରୁ ବଡ଼ ଦାତା ଥିଲେ । ଦାତା ତାଲିକାରେ ସେ ୧୧ତମ ସ୍ଥାନରେ ଥିଲେ । ହୁରୁନ୍ ଇଣ୍ଡିଆ ଫିଲାନଥ୍ରୋପି ତାଲିକାରେ ୭ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି । ପ୍ରଥମ ସ୍ଥାନରେ ଅଛନ୍ତି ଫିଲାନଥ୍ରୋପିର ପ୍ରତିଷ୍ଠାତା ରୋହିଣୀ ନିଲେକାନି । ଗତ ଆର୍ଥିକ ବର୍ଷରେ ସେ ୧୭୦ କୋଟି ଟଙ୍କା ଦାନ କରିଥିଲେ । ସାମଗ୍ରିକ ତାଲିକାରେ ସେ ଦଶମ ସ୍ଥାନରେ ରହିଛନ୍ତି । ରୋହିଣୀଙ୍କ ପରେ ଅଛନ୍ତି ଥର୍ମାକ୍ସର ଅନୁ ଆଗା ଏବଂ ପରିବାର । ସେ ୨୩ କୋଟି ଟଙ୍କା ଦାନ କରିଥିଲେ । ୟୁଏସଭିର ଲୀନା ଗାନ୍ଧୀ ତିୱାରୀ ମଧ୍ୟ ଗତ ଆର୍ଥିକ ବର୍ଷରେ ୨୩ କୋଟି ଟଙ୍କା ଦାନ କରିଥିଲେ ।

More articles

LEAVE A REPLY

Please enter your comment!
Please enter your name here

Latest article