ଗ୍ଲୋବାଲ୍ ୱାର୍ମିଂ: ଦେଶର ସମୁଦ୍ରକୁଳିଆ ଅଞ୍ଚଳ ବୁଡ଼ିବ ?

Must read

ମୁମ୍ବାଇ, ଚେନ୍ନାଇ, କୋଲକାତା, କୋଚି, ପାରାଦୀପ, ପୁରୀ, ଭବନଗର, ମଙ୍ଗଲୁରୁ, ବିଶାଖାପାଟନମ୍ ଭଳି ସମୁଦ୍ରକୁଳିଆ ସହର ପ୍ରତି ବିପଦ !

ର୍ଷକୁ ବର୍ଷ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି । ବିଶ୍ୱ ତାପମାତ୍ରାର ଗୁରୁତର ବିପଦଦ୍ୱାରା ଭାରତ ମଧ୍ୟ ପ୍ରଭାବିତ ହେଉଛି । ଓଡ଼ିଶାର ସମଗ୍ର ଉପକୁଳ ଅଞ୍ଚଳ ସମେତ ମୁମ୍ବାଇ, କୋଲକାତା, ଚେନ୍ନାଇ ସମେତ ଦେଶର ପ୍ରମୁଖ ଉପକୂଳବର୍ତ୍ତୀ ସହରଗୁଡ଼ିକ ଆସନ୍ତା କିଛି ବର୍ଷ ମଧ୍ୟରେ ହାରାହାରି ତାପମାତ୍ରା 1.5° C (2.7 ଫାରେନ୍‌ହାଇଟ୍)କୁ ବୃଦ୍ଧି ପାଇବା ସହିତ ଜଳମଗ୍ନ ହେବାର ଆଶଙ୍କା ରହିଛି । ମିଳିତ ଜାତିସଂଘର ରିପୋର୍ଟରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ଏହି ଆଇୟୁଏନ୍ ଅଧ୍ୟୟନ ଅନୁଯାୟୀ, ଗ୍ଲାସ୍‌ଗୋରେ ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ ହେବାର ଏକ ସପ୍ତାହ ପୂର୍ବରୁ ଜଳବାୟୁ ପରିବର୍ତ୍ତନ ହେତୁ ବନ୍ୟା ଏବଂ ମରୁଡ଼ି ପ୍ରଭାବିତ ଅଞ୍ଚଳ ମଧ୍ୟରେ ଭାରତର ୨୫ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ଏଥି ମଧ୍ୟରେ ମୁଖ୍ୟତଃ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଆସାମ, ଓଡ଼ିଶା ଅନ୍ତର୍ଭୁକ୍ତ । ବର୍ଷା ଏବଂ ମରୁଡ଼ି ପରିସଂଖ୍ୟାନ ଅନୁଯାୟୀ, ୮୦ପ୍ରତିଶତ  ଭାରତୀୟ ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ବାସ କରନ୍ତି ।

 ସମ୍ପ୍ରତି କିଛି ମାସ ପୂର୍ବରୁ ଜଳବାୟୁ ପରିବର୍ତ୍ତନ ନେଇ ଆନ୍ତଃରାଜ୍ୟ କମିଟି (ଆଇପିସିସି) ରିପୋର୍ଟରେ ବିଶ୍ୱ ତାପମାତ୍ରା ବିଷୟରେ ଚେତାବନୀ ଦିଆଯାଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ଏକ ରିପୋର୍ଟ ଅନୁଯାୟୀ, ଗଙ୍ଗା ଜଳର ତାପମାତ୍ରା ବୃଦ୍ଧି ପାଉଛି । ସିପିସିବିର ଗଙ୍ଗା ନଦୀର ଜୈବ ସ୍ୱାସ୍ଥ୍ୟ ରିପୋର୍ଟ ଅନୁଯାଇ ହାରାହାରି ତାପମାତ୍ରାରେ ଗ୍ଲେସିୟର ତରଳିବା ହାରରେ ପ୍ରାୟ ୧ ଡିଗ୍ରୀ ବୃଦ୍ଧି ହୋଇଥିବା ଉଲ୍ଲେଖ କରାଯାଇଛି ।

ଏକ ରିପୋର୍ଟ ଅନୁଯାୟୀ, ପୃଥିବୀର ଉପକୂଳବର୍ତ୍ତୀ ସହରଗୁଡ଼ିକରେ ପ୍ରାୟ ୧୫୦ନିୟୁତ ଲୋକ ବାସ କରୁଛନ୍ତି, ଯାହାର ଉଚ୍ଚ ଜୁଆର ଯୋଗୁଁ ଘର ଧୋଇ ହୋଇଯିବ । ଏହି ସବୁ ଘଟଣାଦ୍ୱାରା ଭାରତ ମଧ୍ୟ ରକ୍ଷା ପାଇବ ନାହିଁ । କେବଳ ଭାରତରେ ୩୫ନିୟୁତ ଲୋକ ବିପଦରେ ଅଛନ୍ତି । ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ଅଧିକରୁ ଅଧିକ କ୍ଷତିଗ୍ରସ୍ତ ହୋଇପାରେ । ସହରର ଅଧିକାଂଶ ଅଂଶ ବର୍ଷକୁ ବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ଏବଂ ଏହି ଅଞ୍ଚଳର କିଛି ଅଂଶ ୨୧୦୦ ସୁଦ୍ଧା ବନ୍ୟା ହେବାର ଆଶଙ୍କା ରହିଛି ।

ପୁରୀ ଅଞ୍ଚଳରେ ସମୁଦ୍ରର ତାଣ୍ଡବ

 

ଆଇପିସିସି ରିପୋର୍ଟ ଆଧାରରେ ବର୍ତ୍ତମାନ ଆମେରିକାର ସ୍ପେସ୍ ଏଜେନ୍ସି (ନାସା) ଶତାବ୍ଦୀର ଶେଷ ସୁଦ୍ଧା ଭାରତର ୧୨ଟି ଉପକୂଳବର୍ତ୍ତୀ ସହରରେ ବୁଡ଼ିଯିବାର ବିପଦ ପ୍ରକାଶ କରିଛି । ନାସା ଅନୁଯାୟୀ, ଏହି ଶତାବ୍ଦୀର ଶେଷ ସୁଦ୍ଧା ଏହି ସହରଗୁଡ଼ିକ ୩ ଫୁଟ ପର୍ଯ୍ୟନ୍ତ ସମୁଦ୍ର ଜଳରେ ପରିପୂର୍ଣ୍ଣ ହୋଇଯିବ । ବଢ଼ୁଥିବା ଉତ୍ତାପ ଯୋଗୁଁ ଗ୍ଲେସିୟର ତରଳିବା କାରଣରୁ ଏହି ପରିସ୍ଥିତି ସୃଷ୍ଟି ହେବ । ଏଥିମଧ୍ୟରେ ମୁମ୍ବାଇ, ଚେନ୍ନାଇ, କୋଲକାତା, କୋଚି, ପାରାଦୀପ, ପୁରୀ, ଭବନଗର, ମଙ୍ଗଲୁରୁ, ବିଶାଖାପାଟନମ୍ ଭଳି ସହର ଅନ୍ତର୍ଭୁକ୍ତ ।

ବିଶ୍ୱ ତାପମାତ୍ରା ଏବଂ ଏହି ଗ୍ଲେସିୟର ତରଳିବା କାରଣରୁ ଜଳବାୟୁ ପରିବର୍ତ୍ତନ, ସମୁଦ୍ର ପତ୍ତନ ବୃଦ୍ଧି ଘଟଣା ସାମ୍ନାକୁ ଆସୁଛି । ଏକ ଅଧ୍ୟୟନ ଅନୁଯାୟୀ, ସମୁଦ୍ର ପତ୍ତନ ବୃଦ୍ଧି ଆମ ଭାବିବାଠାରୁ ତିନି ଗୁଣ ଅଧିକ ବିପଜ୍ଜନକ ଅଟେ । ୨୦୫୦ ସୁଦ୍ଧା ବିଶ୍ୱର ୩୦୦ ନିୟୁତ ଲୋକ ବାର୍ଷିକ ବନ୍ୟାଦ୍ୱାରା ଜଳମଗ୍ନ ହୋଇ ରହିବେ ।

More articles

LEAVE A REPLY

Please enter your comment!
Please enter your name here

Latest article