ଅଦ୍ଭୁତ ! ପୃଥିବୀ ଓ ଚନ୍ଦ୍ରଙ୍କ ସହ ‘ସେଲ୍ଫି’ ପଠାଇଲା ସୂର୍ଯ୍ୟଯାନ

Must read

ନୂଆଦିଲ୍ଲୀ: ସେପ୍ଟେମ୍ବର ୨ ତାରିଖରେ ସୂର୍ଯ୍ୟ ଅଧ୍ୟୟନ ପାଇଁ ପଠାଯାଇଥିବା ଆଦିତ୍ୟ ଏଲ୍ ୧ ସଦ୍ୟତମ ଅପଡେଟ୍ ଦେଇଛି । ଅପଡେଟ୍‍ରୁ ଲାଗୁଛି ଯେମିତି ସୂର୍ଯ୍ୟାୟନ ସେଠାରେ ବହୁତ ଉପଭୋଗ କରୁଛି । ସେ ସେଠାରେ ମହାକାଶରେ ପୃଥିବୀ ଓ ଚନ୍ଦ୍ର ସହ ସେଲ୍ଫି ନେଉଛି । ଆଦିତ୍ୟ ଏଲ୍ ୧କୁ ନେଇ ଇସ୍ରୋ ଏକ ଭିଡିଓ ସେୟାର କରିଛି । ୪୦ ସେକେଣ୍ଡର ଏହି ଭିଡିଓରେ ସୂର୍ଯ୍ୟଯାନ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତା ମଧ୍ୟ ଦର୍ଶାଇଛି । କେବଳ ଏତିକି ନୁହେଁ, ଆଦିତ୍ୟ ଏଲ୍ ୧ରେ ଲାଗିଥିବା ୭ଟି ପେଲୋଡ୍ ମଧ୍ୟରୁ ଦୁଇଟି ଭିଜିବଲ୍ ଏମିସନ୍ ଲାଇନ୍ କୋରୋନାଗ୍ରାଫ୍ (ଭିଇଏଲସି) ଏବଂ ସୋଲାର ଅଲ୍ଟ୍ରାଭାୟୋଲେଟ୍ ଇମେଜିଂ ଟେଲିସ୍କୋପ୍ (ଏସ୍ୟୁଟି)ର ଫଟୋ ମଧ୍ୟ ଭିଡିଓରେ ଦେଖାଯାଇଛି ବୋଲି ଇସ୍ରୋ କହିଛି ।

କ’ଣ ରହିଛି ଇସ୍ରୋର ସଦ୍ୟତମ ଭିଡିଓରେ ?

ଇସ୍ରୋ ଟୁଇଟ୍ କରି କହିଛି ଯେ ଆଦିତ୍ୟ ଏଲ୍ ୧ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଥିବା ଏଲ୍ ୧ ପଏଣ୍ଟକୁ ଯାଇ ଏକ ଫଟୋ ଉଠାଇଛନ୍ତି । ଏହି ସେଲଫିରେ ଚନ୍ଦ୍ର ଓ ପୃଥିବୀ ମଧ୍ୟ ଦେଖିବାକୁ ମିଳୁଛି । ଇସ୍ରୋର ଏହି ଭିଡିଓ ୪୧ ସେକେଣ୍ଡର । ଏହି ଭିଡିଓରେ ସୂର୍ଯ୍ୟଯାନରେ ଲାଗିଥିବା ଦୁଇଟି ପେଲୋଡ୍‍ର ଫଟୋ ମଧ୍ୟ ନିଆଯାଇଛି । ଏହି ଦୁଇଟି ପେଲୋଡ୍ ହେଉଛି ଦୁଇଟି ଭିଜିବଲ୍ ଏମିସନ୍ ଲାଇନ୍ କୋରୋନାଗ୍ରାଫ୍ (ଭିଇଏଲସି) ଏବଂ ସୋଲାର ଅଲ୍ଟ୍ରାଭାୟୋଲେଟ୍ ଇମେଜିଂ ଟେଲିସ୍କୋପ୍ (ଏସ୍ଆଇଟି)।

ଆଦିତ୍ୟ କେଉଁଠି ପହଞ୍ଚିଲା ?

ଇସ୍ରୋ ପକ୍ଷରୁ ଦିଆଯାଇଥିବା ଅପଡେଟ୍ ଅନୁଯାୟୀ ଆଦିତ୍ୟ ଏଲ୍ ୧ ମଙ୍ଗଳବାର ପୃଥିବୀର କକ୍ଷପଥ ସହ ଜଡ଼ିତ ଦ୍ୱିତୀୟ ପ୍ରକ୍ରିୟା ଶେଷ କରିଛି । ଏବେ ଆଦିତ୍ୟ ଏଲ୍ ୧ ସେପ୍ଟେମ୍ବର ୧୦ରେ ପୃଥିବୀର ତୃତୀୟ କକ୍ଷପଥରେ ପ୍ରବେଶ କରିବ । ପୃଥିବୀର ତୃତୀୟ କକ୍ଷପଥରେ ପହଞ୍ଚିବା ପାଇଁ ସୂର୍ଯ୍ୟଯାନଙ୍କ ସମୟ ରାତି ପ୍ରାୟ ସାଢ଼େ ୨ଟାରେ ଧାର୍ଯ୍ୟ କରାଯାଇଛି । ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ଏହି ମିଶନ ପ୍ରସ୍ତୁତ କରାଯାଇଛି । ଏହାର କରୋନା ଓ ସୌର ପବନ ବିଷୟରେ ଜାଣିବା ପାଇଁ ଏହାକୁ ସ୍ୱତନ୍ତ୍ରଭାବେ ପଠାଯାଇଛି । ୧୯୭୨ମସିହାରେ ଉତକ୍ଷେପଣ ହୋଇଥିବା ଭାରତର ପ୍ରଥମ ମହାକାଶଯାନ ଆଦିତ୍ୟଙ୍କ ନାମରେ ଆଦିତ୍ୟ ଏଲ୍-୧ ମିଶନର ନାମକରଣ କରାଯାଇଛି । ଆଦିତ୍ୟ ଏଲ୍ ୧ ମିଶନକୁ ପୃଥିବୀଠାରୁ ୧.୫ ନିୟୁତ କିଲୋମିଟର ଦୂରରେ ସୂର୍ଯ୍ୟ-ପୃଥିବୀ ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍ ୧)ରେ ରଖାଯିବ । ଏଲ୍ ୧ ବିନ୍ଦୁ ହେଉଛି ପୃଥିବୀ ଏବଂ ସୂର୍ଯ୍ୟମଧ୍ୟରେ ଥିବା ଏକ ବିନ୍ଦୁ ଯେଉଁଠାରେ ମାଧ୍ୟାକର୍ଷଣ ବଳର ସନ୍ତୁଳନ ରହିଥାଏ । ଏଭଳି ସ୍ଥିତିରେ ସୂର୍ଯ୍ୟର ଅଧ୍ୟୟନ ପାଇଁ ମିଶନ ଉପଗ୍ରହ କ୍ରମାଗତଭାବେ ସମାନ ସ୍ଥିତିରେ ରହିପାରିବ ।

More articles

LEAVE A REPLY

Please enter your comment!
Please enter your name here

Latest article