ଆଜି ଆପଣ ଶୋଇଥିବା ବେଳେ ବିକ୍ରମ ଓ ପ୍ରଜ୍ଞାନ ଚନ୍ଦ୍ରର ଅତି ନିକଟରେ ପହଞ୍ଚିବେ

Must read

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ ନିର୍ଦ୍ଧାରିତ ବେଗରେ ଗତି କରୁଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏକ ନୂଆ ଅପଡେଟ୍ ଦେଇଛି । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲ ଏହାର କକ୍ଷପଥକୁ ୧୧୩ କିଲୋମିଟର x ୧୫୭ କିଲୋମିଟର କକ୍ଷପଥକୁ ହ୍ରାସ କରିଛି । ଲ୍ୟାଣ୍ଡିଂ ମଡ୍ୟୁଲରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ରହିଛନ୍ତି । ଅଗଷ୍ଟ ୨୦ତାରିଖରେ ଦ୍ୱିତୀୟ ଡି-ବୁଷ୍ଟିଂ ଅପରେସନ୍ କରାଯିବାର ଯୋଜନା ରହିଛି । ଭାରତ ଶୋଇବା ପରେ ଚନ୍ଦ୍ରଯାନ-୩ ଏହି ଅପରେସନ୍ କରିବ । ଏହା ନିଜର ବେଗକୁ ଧିମା କରି ଚନ୍ଦ୍ରର ନିକଟତମ କକ୍ଷପଥରେ ପ୍ରବେଶ କରିବ । ଚଳିତ ବର୍ଷ ଜୁଲାଇ ୧୪ରେ ଉତକ୍ଷେପଣ ହୋଇଥିବା ଚନ୍ଦ୍ରଯାନ-୩ ଅଭିଯାନ ଭାରତର ଚନ୍ଦ୍ର ଅଭିଯାନର ଅନୁସରଣ । ଅଗଷ୍ଟ ୨୩ରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ପରେ ଚନ୍ଦ୍ରଯାନ-୩ ସେଠାରେ ଯଥାସମ୍ଭବ ତଥ୍ୟ ସଂଗ୍ରହ କରିବ ।

ଅଗଷ୍ଟ ୨୩କୁ ସମସ୍ତଙ୍କ ନଜର

କେବଳ ଭାରତ ନୁହେଁ, ସାରା ବିଶ୍ୱ ୨୦୨୩ ଅଗଷ୍ଟ ୨୩କୁ ଉତ୍ସୁକତାର ସହ ଅପେକ୍ଷା କରିଛି । ଇସ୍ରୋ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହି ଦିନ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ପଡ଼ିବ । ଲ୍ୟାଣ୍ଡର ‘ବିକ୍ରମ’ ଏବେ ନିଜର ମସ୍ତିଷ୍କ ବ୍ୟବହାର କରୁଛି । ଏହାର ସେନ୍ସର ସାହାଯ୍ୟରେ ସେ ଅବତରଣ ପାଇଁ ଉପଯୁକ୍ତ ସ୍ଥାନ ପାଇବେ । ତା’ପରେ ଏହାର ବେଗ ପ୍ରାୟ ଶୂନକୁ ହ୍ରାସ ପାଇବ । ତା’ପରେ ଧୀରେ ଧୀରେ ଚନ୍ଦ୍ର ପୃଷ୍ଠରେ ପାଦ ରଖିବେ ।

ଲ୍ୟାଣ୍ଡିଂ ମଡ୍ୟୁଲ୍ ସଫଳତାର ସହ ଚନ୍ଦ୍ରରେ ଅବତରଣ କରିବା ପରେ ସେଥିରୁ ରୋଭର ପ୍ରଜ୍ଞାନ ବାହାରିବ । ଲ୍ୟାଣ୍ଡର ମଡ୍ୟୁଲରେ ତିନୋଟି ପେଲୋଡ୍ ଅଛି ଯାହା ଚନ୍ଦ୍ର ପୃଷ୍ଠକୁ ଅଧ୍ୟୟନ କରିବ । ଚନ୍ଦ୍ରର ରାସାୟନିକ ଇଲାଷ୍ଟିସିଟି ପାଇଁ ଏହି ରୋଭର ଦାୟୀ ରହିବ । ରୋଭର ସେଠାକାର ମାଟି ଓ ପର୍ବତର ବିଶ୍ଳେଷଣ କରିବ ।

More articles

LEAVE A REPLY

Please enter your comment!
Please enter your name here

Latest article