ବଢ଼ୁଥିବା ଜନସଂଖ୍ୟା ପାଇଁ ବଜେଟରେ କମିଟି ! ଆଶ୍ଚର୍ଯ୍ୟଜନକ ଏହି ଘୋଷଣା

Must read

ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ ଓ ଜନସଂଖ୍ୟା ପରିବର୍ତ୍ତନ ଆକଳନ ପାଇଁ ସରକାର ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି କମିଟିରେ ଉଚ୍ଚ କ୍ଷମତା ରହିବ । ଏହି ପରିସ୍ଥିତିର ମୁକାବିଲା ପାଇଁ କମିଟି ସରକାରଙ୍କୁ ସୁପାରିସ ମଧ୍ୟ ଦେବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ଏବଂ ଜନସଂଖ୍ୟା ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନର ଅନୁଧ୍ୟାନ କରିବା ପାଇଁ ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରିବେ । ସାମାଜିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସରକାର ଏହି ପ୍ରସ୍ତାବ ଦେଉଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏଭଳି ଆହ୍ୱାନର ମୁକାବିଲା ପାଇଁ କମିଟି ସୁପାରିସ ଦେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଏହି ସମୟରେ ଦେଶର ଜନସଂଖ୍ୟା ୧୪୦ କୋଟିରୁ ଅଧିକ ରହିଛି । ଜନସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱର ଏକ ନମ୍ବର ସ୍ଥାନରେ ପହଞ୍ଚିଛି । ଗତବର୍ଷ ଜନସଂଖ୍ୟା ଦୃଷ୍ଟିରୁ ଚୀନକୁ ପଛରେ ପକାଇ ଭାରତ ଏକ ନମ୍ବର ହୋଇଛି । ଆଗାମୀ ଦିନରେ ଜନସଂଖ୍ୟା ବୃଦ୍ଧି ଭାରତ ପାଇଁ ଏକ କଠିନ ସମସ୍ୟା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ସରକାର ଏକ କମିଟି ଗଠନ କରିଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article