ପ୍ରଧାନମନ୍ତ୍ରୀ ମୋଦି ଆରଏସଏସର କଣ୍ଢେଇ: ଖଡଗେ

Must read

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର କଣ୍ଢେଇ ବୋଲି କହିଛନ୍ତି । ଆରଏସଏସ ଓ ବିଜେପି ଆମ ସମ୍ବିଧାନକୁ ବିକୃତ କରି ଏହାକୁ ବଦଳାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ବିଜେପି ଗୋଟିଏ ପରେ ଗୋଟିଏ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ନଷ୍ଟ କିମ୍ବା ଦୁର୍ବଳ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରୁଛି । ମୋଦି ସଂଘ ହାତରେ କଣ୍ଢେଇ ଭଳି ଆଚରଣ କରୁଛନ୍ତି, ଯାହା ଆମ ନ୍ୟାୟପାଳିକା କିମ୍ବା ଧର୍ମନିରପେକ୍ଷତାକୁ କ୍ଷତି ପହଞ୍ଚାଉଛି ।

ଏହା ପୂର୍ବରୁ କଂଗ୍ରେସ ମୁଖ୍ୟ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ । ୨୦୨୪ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ସମ୍ବିଧାନ, ଗଣତନ୍ତ୍ର ଓ ନ୍ୟାୟର ମୂଲ୍ୟବୋଧକୁ ଆମେ ରକ୍ଷା କରିବୁ ନା ସେହି ସମୟରେ ପହଞ୍ଚିବୁ ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ସମାନ ହେବେ ନାହିଁ ତାହା ଚଳିତ ବର୍ଷ ସ୍ଥିର ହେବ । ଆମ ସମ୍ବିଧାନରେ ସମସ୍ତ ନାଗରିକଙ୍କୁ ମୌଳିକ ଅଧିକାର, ସାମାଜିକ ନ୍ୟାୟ ଓ ରାଜନୈତିକ ଅଧିକାର ସମାନ ଭାବେ ଦିଆଯାଇଛି, କିନ୍ତୁ ଆଜି ସରକାର ଏହି ଅଧିକାର ଉପରେ ଆକ୍ରମଣ କରୁଛନ୍ତି ।

କ’ଣ କହିଲେ ରାହୁଲ ଗାନ୍ଧି ?

ସେପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜାନୁଆରୀ ୨୬ ରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାମ୍ବିଧାନିକ ମୂଲ୍ୟବୋଧ ବିଷୟରେ ସେ ଏକ୍ସରେ ଏକ ଭିଡିଓ ବାର୍ତ୍ତା ସେୟାର କରି ଲେଖିଛନ୍ତି, ସ୍ୱାଧୀନତା ଆନ୍ଦୋଳନର ସ୍ୱପ୍ନକୁ ବୁଣାଉଥିବା ଆମର ମହାନ ସମ୍ବିଧାନ ହେଉଛି ଭାରତୀୟ ଗଣତନ୍ତ୍ରର ଆତ୍ମା । ସମ୍ବିଧାନର ମୌଳିକ ନୀତିକୁ ରକ୍ଷା କରିବା ଏବଂ ସେମାନଙ୍କ ପ୍ରତି ଆନୁଗତ୍ୟ ହିଁ ଅମର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ସମସ୍ତ ଦେଶବାସୀଙ୍କୁ । ଜୟ ହିନ୍ଦ।

More articles

LEAVE A REPLY

Please enter your comment!
Please enter your name here

Latest article