ରାମ ମନ୍ଦିର ପ୍ରସଙ୍ଗରେ ବଚ୍ଚନଙ୍କ ନାମ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧି

Must read

ରାହୁଲଙ୍କ ନ୍ୟାୟ ଯାତ୍ରା ଆମେଠିରେ ପହଞ୍ଚିବା ପୂର୍ବରୁ ଇସ୍ତଫା ଦେଲେ ଦଳୀୟ ନେତା

ନୂଆଦିଲ୍ଲୀ: ଗତ ମାସରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଏହା ନିମ୍ନ ଜାତିର ପ୍ରତିନିଧିତ୍ୱ ବିହୀନ ଦୃଶ୍ୟ ବୋଲି କହିଛନ୍ତି।

ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ସଦସ୍ୟଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇ ରାହୁଲ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଓ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ସମାଲୋଚନା କରିଛନ୍ତି। ତେବେ ଐଶ୍ୱର୍ଯ୍ୟା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ।

ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ଦେଖିଛନ୍ତି କି ? ଜଣେ ବି ଓବିସି ଚେହେରା ଥିଲେ କି ? ସେଠାରେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ନରେନ୍ଦ୍ର ମୋଦି ଥିଲେ। ରବିବାର ଦିନ ୟୁପିର ପ୍ରୟାଗରାଜରେ ତାଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟରେ ଏକ ଜନସମାବେଶକୁ ସମ୍ବୋଧିତ କରିବା ଅବସରରେ ଗାନ୍ଧି ଏହା କହିଛନ୍ତି।

ଦେଶର ମୋଟ ଜନସଂଖ୍ୟାର ୭୩ ପ୍ରତିଶତ ଲୋକ ଏହି କାର୍ଯ୍ୟକ୍ରମରେ କେଉଁଠି ବି ଦେଖିବାକୁ ମିଳିନଥିଲେ। ବିଜେପି କେବେବି ଚାହିଁବ ନାହିଁ ଯେ ସେମାନେ ଦେଶର ଦାୟିତ୍ୱ ନିଅନ୍ତୁ।

ସାମାଜିକ ଅସମାନତାକୁ ପଦାରେ ପକାଇବା ପାଇଁ ଏହା ଏକ ଅତ୍ୟାବଶ୍ୟକ ଅସ୍ତ୍ର ବୋଲି କହି ଗାନ୍ଧୀ ପୁଣିଥରେ ଜାତିଗତ ଜନଗଣନାର ଆବଶ୍ୟକତାକୁ ଦୃଢ଼ତାର ସହ ସମର୍ଥନ କରିଥିଲେ। ଏହି ଦେଶରେ ୭୩ ପ୍ରତିଶତ ଜାତିର କେତେ ସମ୍ପତ୍ତି ରହିଛି ? ଜାତିଗତ ଜନଗଣନା ହେଉଛି ଦେଶର ଏକ୍ସ-ରେ । ଏହାଦ୍ୱାରା ସବୁ କିଛି ଜଣାପଡ଼ିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଅଧ୍ୟକ୍ଷତାରେ ରାମ ମନ୍ଦିର ସମାରୋହରେ ହଜାର ହଜାର ସେଲିବ୍ରିଟି, ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ତେବେ ରାଜନୈତିକ ଫାଇଦା ପାଇଁ ବିଜେପି ଏହାର ଫାଇଦା ଉଠାଉଥିବା ଅଭିଯୋଗ କରି କଂଗ୍ରେସ ସମେତ ବିରୋଧୀ ଦଳମାନେ ଏହି କାର୍ଯ୍ୟକ୍ରମକୁ ଏଡ଼ାଇ ଯାଇଥିଲେ।

ସେପଟେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସୋମବାର ତାଙ୍କ ପୂର୍ବତନ ଲୋକସଭା ନିର୍ବାଚନ ମଣ୍ଡଳୀ ଆମେଠିରେ ପ୍ରବେଶ କରିବାକୁ ଯାଉଛି। ୨୦୧୯ ସାଧାରଣ ନିର୍ବାଚନରେ ଗାନ୍ଧୀଙ୍କୁ ପରାସ୍ତ କରିଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ୪ ଦିନିଆ ଗସ୍ତ ଅବସରରେ ଏହା ଘଟିଛି।

୨୦୧୯ ପରଠାରୁ ଏହା ହେଉଛି ଦ୍ୱିତୀୟ ଥର ଯେ ଉଭୟ ନେତା ଏକାସାଙ୍ଗରେ ଆମେଥିରେ ଉପସ୍ଥିତ ରହିବେ, ପୂର୍ବ ଉଦାହରଣ ହେଉଛି ୨୦୨୨ ବିଧାନସଭା ନିର୍ବାଚନ ସମୟରେ ଅଲଗା ଅଲଗା ପ୍ରଚାର କାର୍ଯ୍ୟକ୍ରମରେ ଥିଲେ।

ରାହୁଲଙ୍କ ନ୍ୟାୟ ଯାତ୍ରା ଆମେଠିରେ ପହଞ୍ଚିବା ପୂର୍ବରୁ ଇସ୍ତଫା ଦେଲେ ଦଳୀୟ ନେତା

ରାହୁଲ ଗାନ୍ଧିଙ୍କ ନ୍ୟାୟଯାତ୍ରା ଆମେଠିରେ ପହଞ୍ଚିବା ପୂର୍ବରୁ ଦଳର ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଇଛନ୍ତି। ଶତାଧିକ ସମର୍ଥକଙ୍କ ସହ ରାହୁଲ ଦେବ ସିଂହ ଦଳରୁ ଇସ୍ତଫା ଦେଇଛନ୍ତି। ଜିଲ୍ଲା ସଭାପତିଙ୍କ ନିକଟରେ ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଗାନ୍ଧି ପରିବାର ସହ ରାହୁଲ ଦେବ ସିଂହଙ୍କର ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ରହିଛି। ରାହୁଲ ଗାନ୍ଧିଙ୍କ ଗସ୍ତ ଆମେଠିରେ ପହଞ୍ଚିବା ପୂର୍ବରୁ କଂଗ୍ରେସ ପାଇଁ ଏହା ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି।

More articles

LEAVE A REPLY

Please enter your comment!
Please enter your name here

Latest article