ଭାରତର କେଉଁ ରାଜ୍ୟରେ ସର୍ବାଧିକ ସଂଖ୍ୟକ କଲେଜ ଅଛି, ଓଡ଼ିଶାର କେତେ ?

Must read

ନୂଆଦିଲୀ: ସରକାରଙ୍କ ସର୍ବଭାରତୀୟ ଉଚ୍ଚଶିକ୍ଷା ସର୍ବେକ୍ଷଣ (ଏଆଇଏସଏଚଇ) ସର୍ଭେ ଅନୁଯାୟୀ, ସମଗ୍ର ଭାରତରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ସଂଖ୍ୟା ମୋଟ ୪,୩୨,୬୮,୧୮୧ ହେବ ବୋଲି ଆକଳନ କରାଯାଇଛି । ୨୫ ତାରିଖ ସଂଧ୍ୟାରେ ଶିକ୍ଷା ମନ୍ତ୍ରାଳୟଦ୍ୱାରା ପ୍ରକାଶିତ ସରକାରଙ୍କ ସର୍ବଭାରତୀୟ ଉଚ୍ଚଶିକ୍ଷା ସର୍ବେକ୍ଷଣ ୨୦୨୧-୨୨ ଅନୁଯାୟୀ, ଉତ୍ତରପ୍ରଦେଶରେ ଦେଶରେ ସର୍ବାଧିକ କଲେଜ ଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ରହିଛି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ରାଜସ୍ଥାନ, ତାମିଲନାଡୁ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଭାରତରେ ସର୍ବାଧିକ କଲେଜ ଥିବା ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛନ୍ତି।

୨୦୧୧ ମସିହାରୁ ହୋଇଥିବା ଏଆଇଏସଏଚଇ ସର୍ଭେରେ ଭାରତରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଅନ୍ତର୍ଭୁକ୍ତ କରାଯାଇଛି ଯାହା ଦେଶରେ ଉଚ୍ଚ ଶିକ୍ଷା ପ୍ରଦାନ କରୁଛି । ଏଆଇଏସଏଚଇ ଅଧୀନରେ ୩୨୮ଟି ବିଶ୍ୱବିଦ୍ୟାଳୟ (ଅନୁବନ୍ଧିତ) ଅଧୀନରେ ୪୫,୪୭୩ଟି କଲେଜ ପଞ୍ଜୀକୃତ ହୋଇଛି । ସେଥିମଧ୍ୟରୁ ୨୦୨୧-୨୨ ସର୍ଭେ ବର୍ଷରେ ୪୨,୮୨୫ଟି ପ୍ରତିକ୍ରିୟା ମିଳିଛି ।

ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶରେ ୮,୩୭୫ଟି କଲେଜ ଥିବାବେଳେ ଗତବର୍ଷ ଏହା ୮,୧୧୪ଟି କଲେଜ ଥିଲା । ମହାରାଷ୍ଟ୍ର ୪,୬୯୨ କଲେଜ ସହ ଦ୍ୱିତୀୟ ସ୍ଥାନରେ ରହିଛି । କର୍ଣ୍ଣାଟକ ୪୪୩୦ କଲେଜ ସହ ତୃତୀୟ ସ୍ଥାନରେ ଥିବା ବେଳେ ରାଜସ୍ଥାନ ୩୯୩୪ କଲେଜ ସହ ଚତୁର୍ଥ ସ୍ଥାନରେ ରହିଛି । ତାମିଲନାଡୁରେ ୨୮୨୯ଟି କଲେଜ ସହ ପଞ୍ଚମ ସ୍ଥାନରେ ରହିଛି ।

ମଧ୍ୟପ୍ରଦେଶ ୨୭୦୨ କଲେଜ ସହ ଷଷ୍ଠ ସ୍ଥାନରେ ରହିଛି । ଆନ୍ଧ୍ରପ୍ରଦେଶ ୨୬୦୨ ଟି କଲେଜ ସହ ସପ୍ତମ ସ୍ଥାନରେ ଥିବାବେଳେ ଗୁଜରାଟରେ ୨୩୯୫ ଟି କଲେଜ ରହିଛି । ନବମ ଓ ଦଶମ ସ୍ଥାନରେ ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଯଥାକ୍ରମେ ୨୦୮୩ କଲେଜ ଓ ୧୫୧୪ କଲେଜ ରହିଛନ୍ତି ।

ସର୍ବେକ୍ଷଣରେ ସାମିଲ ହୋଇଥିବା ମୋଟ ୪୨,୮୨୫ ଟି କଲେଜ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ କଲେଜ ସାଧାରଣ, ୮.୭ ପ୍ରତିଶତ କଲେଜ ଶିକ୍ଷା କିମ୍ବା ଶିକ୍ଷକ ଶିକ୍ଷାରେ ବିଶେଷଜ୍ଞ, ୬.୧ ପ୍ରତିଶତ କଲେଜ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ଅନୁଷ୍ଠାନ, ୪.୩ ପ୍ରତିଶତ ନର୍ସିଂ କଲେଜ ଏବଂ ୩.୫ ପ୍ରତିଶତ ମେଡିକାଲ କଲେଜ ରହିଛି । ୪୨,୮୨୫ଟି କଲେଜ ମଧ୍ୟରୁ ୧୪,୧୯୭ଟି କଲେଜରେ ପିଜି ପାଠ୍ୟକ୍ରମ ଓ ୧,୦୬୩ଟି କଲେଜରେ ପିଏଚଡ଼ି ନାମଲେଖା ହୋଇଛି ।

ବେଙ୍ଗାଲୁରୁ ସହରାଞ୍ଚଳ ଜିଲ୍ଲାରେ ସର୍ବାଧିକ ୧୧୦୬, ଜୟପୁରରେ ୭୦୩, ହାଇଦ୍ରାବାଦରେ ୪୯୧, ପୁଣେରେ ୪୭୫, ପ୍ରୟାଗରାଜରେ ୩୯୮, ରଙ୍ଗାରେଡ୍ଡିରେ ୩୪୯, ଭୋପାଳରେ ୩୪୪, ଗାଜିପୁରରେ ୩, ସିକରରେ ୩୩୦ ଓ ନାଗପୁରରେ ୩୨୬ କଲେଜ ରହିଛି ।

ସମଗ୍ର ଭାରତରେ ଉଚ୍ଚଶିକ୍ଷା ନୁଷ୍ଠାନଗୁଡ଼ିକରେ ମୋଟ ନାମଲେଖା ୪,୩୨,୬୮,୧୮୧ ବୋଲି ଆକଳନ କରାଯାଇଛି, ଯେଉଁଥିରୁ ୯୬,୩୮,୩୪୫ ବିଶ୍ୱବିଦ୍ୟାଳୟ ଏବଂ ସେମାନଙ୍କର ସାଂଗଠନିକ ୟୁନିଟରେ ଅଛି । ସେହିପରି ୩,୧୪,୫୯,୦୯୨ କଲେଜରେ ଓ ଏକାକୀ ଅନୁଷ୍ଠାନରେ ୨୧,୭୦,୭୪୪ଟି ରହିଛି ।

ଓଡ଼ିଶାରେ କେତେ କଲେଜ ରହିଛି ?

ଓଡ଼ିଶାରେ ମୋଟ ୧୨୭୩ଟି କଳେଜ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୪୨ଟି ଥିବାବେଳେ ବାଲେଶ୍ୱରରେ ୯୭ଟି, ଗଞ୍ଜାମରେ ୯୫ଟି ଓ କଟକରେ ୯୩ଟି କଲେଜ ରହିଛି । ବଉଦ ଜିଲ୍ଲାରେ ସର୍ବନିମ୍ନ ୭ଟି କଲେଜ ରହିଛି । ସେହିପରି ରାଜ୍ୟରେ ୩୮ଟି ବିଶ୍ୱବିଦ୍ୟାଳୟ ରହିଛି ।

More articles

LEAVE A REPLY

Please enter your comment!
Please enter your name here

Latest article