ଜାନୁଆରୀ ୨୨ ପରେ ପରିବାର ସହ ରାମ ମନ୍ଦିର ଯିବେ କେଜ୍ରିୱାଲ

Must read

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ହେବାକୁ ଥିବା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପରିବାର (ପତ୍ନୀ, ପିଲା ଏବଂ ପିତାମାତାଙ୍କ) ସହ ରାମ ମନ୍ଦିର ଯିବେ ବୋଲି ବୁଧବାର କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ସହ ପ୍ରାଚୀନ ବାଲାଜୀ ମନ୍ଦିରରେ ସୁନ୍ଦରକାଣ୍ଡରେ ଯୋଗ ଦେଇଥିଲେ। ମୁଁ ମୋ ପତ୍ନୀ, ପିଲା ଓ ପିତାମାତାଙ୍କ ସହ ରାମ ମନ୍ଦିର ଯିବାକୁ ଚାହୁଁଛି । ଆମେ ଏହି ସମାରୋହ ପରେ ଯିବୁ ବୋଲି କେଜ୍ରିୱାଲ ଜାତୀୟ ରାଜଧାନୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ।

ନିମନ୍ତ୍ରଣ ସମ୍ପର୍କରେ ପଚରାଯିବାରୁ କେଜ୍ରିଓ୍ଵାଲ କହିଛନ୍ତି, ମୁଁ ସେମାନଙ୍କ (ସରକାରଙ୍କ)ଠାରୁ ଏକ ଚିଠି ପାଇଥିଲି । ଯେତେବେଳେ ଆମେ ସେମାନଙ୍କୁ ଫୋନ କରିଥିଲୁ, ଆମକୁ ସୂଚନା ଦିଆଯାଇଥିଲା ଯେ ଏକ ଦଳ ଚୂଡ଼ାନ୍ତ ଏବଂ ବ୍ୟକ୍ତିଗତ ନିମନ୍ତ୍ରଣ ଦେବାକୁ ଆସିବ । ସେହି ଦଳ ଏପର୍ଯ୍ୟନ୍ତ ଆସିନାହିଁ ।

ନିମନ୍ତ୍ରଣ ପତ୍ର ଅନୁଯାୟୀ କେବଳ ଜଣେ ବ୍ୟକ୍ତି ଏହି ସମାରୋହରେ ଯୋଗ ଦେଇପାରିବେ ଏବଂ ଏତେ ସଂଖ୍ୟକ ଭିଭିଆଇପି ଥିବାରୁ ସେମାନଙ୍କ ଉପରେ ଅଧିକ ସୁରକ୍ଷା ଦିଆଯିବ ବୋଲି ସେ କହିଛନ୍ତି । ତ୍ୟାଗରାଜ ଷ୍ଟାଡିୟମରେ ଆୟୋଜିତ ଏକ ଧାର୍ମିକ ସଙ୍ଗୀତ କାର୍ଯ୍ୟକ୍ରମରେ କେଜ୍ରିୱାଲ କିଛି ବୟସ୍କ ବ୍ୟକ୍ତିଙ୍କୁ ଭେଟିଥିଲେ, ଯେଉଁମାନେ ପରେ ଦ୍ୱାରକାଧିଶକୁ ଦିଲ୍ଲୀ ସରକାରଙ୍କ ଅନୁଦାନପ୍ରାପ୍ତ ତୀର୍ଥଯାତ୍ରାରେ ଯାଇଥିଲେ ।

More articles

LEAVE A REPLY

Please enter your comment!
Please enter your name here

Latest article